STORYMIRROR

Kalyani Nanda

Romance Tragedy

4  

Kalyani Nanda

Romance Tragedy

ବନ୍ଧନ ହୃଦୟର

ବନ୍ଧନ ହୃଦୟର

1 min
208

ତୁମେ ଥାଅ ଯେତେ ଦୂରେ

ଅନୁଭବେ ମୁହିଁ ତୁମ ସ୍ଥିତି

ମୋର ପାଶେ ପାଶେ

ଜାଣେ ମୁଁ ଯେ ରହିଛି ତୁମ ଅନ୍ତରେ ।

କେମିତି କହିବି ?

ତୁମେ ନାହଁ ମୋର ପାଶେ ପାଶେ ।

ତୁମ ନୟନୁ ଯେବେ ଲୁହ ଝରେ

ମୋ ମନ ଅଗଣାରେ

ଶ୍ରାବଣ ହୋଇ ସେ ବରଷି ଯାଏ

ସେ ପ୍ରୀତି ଝରେ ଭିଜି ଭିଜି ଓଦା ହୁଏ ସେ ବର୍ଷାରେ ।

କେମିତି କହିବି ?

ତୁମେ ନାହଁ ମୋର ପାଶେ ପାଶେ ।

ତାରା ମେଳେ ଥାଇ ଲୁଚି ଲୁଚି

ଯେବେ ତୁମ ମନ ଝୁରୁଥାଏ

ସେ ହୃଦୟ ଭାଷା ମୋ ମନକୁ ଛୁଇଁ ଯାଏ

ସେ ସ୍ନେହ ପରଶ ମୋତେ ଯେବେ ଛୁଇଁ ଛୁଇଁ ଯାଏ

ତନୁ ମନ ମୋର ଶିହରି ଉଠେ ।

କେମିତି କହିବି ?

ତୁମେ ନାହଁ ମୋର ପାଶେ ପାଶେ

ଚନ୍ଦ୍ରମା କୋଳେ ଥାଇ ଜୋଛନା ଯେବେ

ଢାଳି ଦିଅ ମୋ ପଣତେ

ସେ ଜୋଛନା ପରଶେ

ସାରା ଦେହ ମନ ମୋର ଝଲସି ଉଠେ

ତୁମ ପ୍ରୀତି ଭରା ମିଠା ମିଠା କଥା ଯେବେ

ମଳୟ ମୋ କାନେ କୁହେ

ମୋ ମନେ ଶତ ବୀଣାର ଝଙ୍କାର ତୋଳେ

ସେଇ ମିଠା ସୁରେ ମୁଁ ଯେ ହଜି ହଜି ଯାଏ ।

କେମିତି କହିବି ?

ତୁମେ ନାହଁ ମୋର ପାଶେ ପାଶେ ।

ଗୋଧୂଳି ବେଳାରେ ବିହଙ୍ଗମ ସାଥେ

ନଭେ ଥାଇ ଦେଖୁଥାଅ ମୋତେ

ସେ ସ୍ନେହ ଭରା ଚାହାଣୀ ମୋ ଦେହ ଛୁଇଁଲେ

ମୋ ତନୁ ମନେ ଶତ ପଦ୍ମର ବାସ ଛୁଟେ

ସତେ କି ମୁଁ ମହକି ମହକି ଯାଏ ।

କେମିତି କହିବି ?

ତୁମେ ନାହଁ ମୋର ପାଶେ ପାଶେ ।

ସାଗର ବେଳାରେ ବାଲୁକା ପ୍ରାନ୍ତରେ

ଉତ୍ତାଳ ଲହରୀ ମୋତେ ଯେବେ ଛୁଏଁ

ଲହରୀ ପରଶେ ମୋ ମନ ହଜେ

ଲହରୀ ଯାଏ ଦୂରେ ଦୂରେ

ତୁମ କଥା ମୋତେ କହିଯାଏ

ମୁଁ ଯେ ଅଛି ତୁମ ଅନ୍ତରେ, ତେବେ କୁହ ତୁମେ ?

କେମିତି କହିବି ?

ତୁମେ ନାହଁ ମୋର ପାଶେ ପାଶେ ।


Rate this content
Log in

Similar oriya poem from Romance