ବନ୍ଦେ ମାତରଂ ,,,,,,,,,,,,,,,,,,,,,,,,,
ବନ୍ଦେ ମାତରଂ ,,,,,,,,,,,,,,,,,,,,,,,,,
ବୀର ପ୍ରସବିନୀ ମୋର ଏ ଭାରତ
ବୀରବିରା ଗଣେ ପୁର୍ଣ
ଯେଉଁଠି ଶ୍ରୀରାମ ଶ୍ରୀକୃଷ୍ଣ ଅର୍ଜୁନ
ବୁଦ୍ଧଦେବ ଙ୍କର ଜନ୍ମ l
ଏ ଦେଶର ପାଣିପଵନ ନିଆରା
ପର୍ବତେ ଫୁଟାଏ ପଦ୍ମ
ନାନା ଅସ୍ତ୍ର ଶସ୍ତ୍ର ତିଆରିର ମର୍ମ
ଅର୍ଥର୍ବ ବେଦ ର କର୍ମ l
ମାରି ଜୀବଦାନ ଦେବାର କ୍ଷମତା
ଯେଉଁ ଜାତି ପାରେ କରି
ସେହି ମୋର ଦେଶ ତା ନାମଭାରତ
କେହି ନୁହେଁ ତାର ସରି l
ସତୀ ଅନ୍ନସୂୟା ସୀତା ଓ ପାର୍ବତୀ
ଯେ ଦେଶେ ଜନମ ନେଲେ
ସେ ଦେଶେ ଜନମି କୃତାର୍ଥ ମଣୁଛି
ନିଜକୁ ଆଜି ମୁଁ ଭଲେ l
ଗାନ୍ଧିଜୀ ନେତାଜୀ ଲାଲ ବାଲପାଲ
ଯେ ଦେଶେ ଜନମି ଛନ୍ତି
ଇଂରେଜ ହାତରୁ ଶାସନ ଛଡାଇ
ଅହିଂସାରେ ଆଣିଛନ୍ତି l
ନିଜେ ମରୁ ପଛେ ଅନ୍ୟାୟ ଶହେନା
ଏ ଦେଶର ଅହଂକାର
ତଥାପି ଇଂରେଜ କରିଲା ସାହସ
କରିବାକୁ ଅଧିକାର l
ବହୁ କଷ୍ଟ ସହି ଛଡାଇ ଆଣିଲେ
ସ୍ୱାଧୀନତା ଏ ଦେଶର
ସ୍ୱାଧୀନତା ମାନ ଆମେତ ରଖିବା
ଡୋରି ବାନ୍ଧି ମମତାର l
ଆମେ ଯଦି ତାର ସୁରକ୍ଷା ନଦେବା
ସ୍ଵାର୍ଥେ ଭୋଳ ହୋଇଯିବା
ସ୍ନେହ ପ୍ରେମ ପ୍ରୀତି ଜାତୀୟ ପତକା
ସନ୍ନମାନ କୁ ହରାଇବା l
ଏ ତ୍ରିରଙ୍ଗା ତଳେ ଠିଆ ହୋଇ ଆଜି
ଶପଥ କରିବା ଆସ
ଜାତିର ଏକତା ରକ୍ଷାକରି ସର୍ବେ
ଆଗେଇ ନେବା ଏ ଦେଶ l
ସିଂହ ଘରେ ପୁଣି ମିରିଗ ମାନଙ୍କୁ
ଆମେ ରଖାଇ ନଦେବା
ଗୃହଶତ୍ରୁ ସାଜୁଥିବା ବିଭିଷଣେ
ଉଚିତ ଶିକ୍ଷା ଯେ ଦେବା l
ସ୍ୱାଧୀନତା ଜନ୍ମଗତ ଅଧିକାର
ଏ କଥା ନ ଭୁଲ ଭାଇ
ବନ୍ଦେ ମାତରଂ ବନ୍ଦେ ମାତରଂ
ମାତାର ସନ୍ନମାନ ଏହି l
