ବନ୍ଦେ ଗୁରୁଶ୍ରୀ ଚରଣାର ବିନ୍ଦେ
ବନ୍ଦେ ଗୁରୁଶ୍ରୀ ଚରଣାର ବିନ୍ଦେ
ଅଜ୍ଞାନ ତମସା ବିନାଶ ପାଇଁକି
ତୁମେ ଆସ ଅବତରୀ
ତୁମ ଆଗମନେ ପୁଲକିତ ଧରା
ସବୁଜ ଶୋଭାରେ ଶିରି।
ତୁମେ ପରସରେ ଧରଣୀ ବୁକୁରେ
ନବ ସୃଷ୍ଟି ସରାଜନା
ଦୁରେଇ ଯାଏଟି ଅମାଅନ୍ଧକାର
ମୁକ୍ତି ନାହିଁ ତୁମ ବିନା ।
ତୁମେ ଚାହିଁଦେଲେ କରୁଣାର ନେତ୍ରେ
ଅମୀୟ ଚନ୍ଦନ ପୁରି
ଅଜ୍ଞାନ ତମସା ବିନାଶ ପାଇଁକି
ତୁମେ ଆସ ଅବତରୀ ।
ତୁମେ ଶୂଳ ପାଣି ତୁମ ଚକ୍ରହସ୍ତ
ତୁମେ ଅଟ ବ୍ରହ୍ମବେଣୀ
ତୁମେ ଏ ସଚାର ଚରର ଗୁରୁହେ
ନ ପାରିବ କିଏ ଜାଣି ।
ତୁମରୀ ଆଜ୍ଞାରେ ଆତଯାତ ହୁଏ
ଘନ ଗ୍ରାସେ ରବିକର
ବାଷ୍ପରେ ବାଷ୍ପରେ କରାକୃଷ୍ଟ ହୁଏ
ଆକାଶେ ମେଘ ସଂଚାର ।
ତୁମେ ଭାଙ୍ଗୁଥାଅ ତୁମେ ଗଢୁଥାଅ
ଏଇ ସୁନାର ସଂସାର
ତୁମରି ହାତର ନିହାଣ ମୁଗୁର
ଗଢି ତୋଳେ ବାରମ୍ବାର ।
ତୁମେ ତ ନଥିଲେ ତ୍ରିଭୁବନେ କେବେ
ମିଳିବ ଅମୃତ ବୁନ୍ଦେ
ନମାହିଃ ନମାହିଃ ଶ୍ରୀପଦ ପଙ୍କଜ
ଶ୍ରୀ ଗୁରୁ ଚରଣ ବନ୍ଦେ ।
ଝରିଯାଉ ତବ ଅଭୟ ମୁଦ୍ରାରୁ
ରାଶି ରାଶି ଜ୍ଞାନ ବାରି
ଅଜ୍ଞାନ ତମସା ବିନାଶ ପାଇଁକି
ତୁମେଆସ ଅବତରୀ ।
