STORYMIRROR

Sitansu Jena

Inspirational Others Children

4  

Sitansu Jena

Inspirational Others Children

ବନ୍ଦେ ଗୁରୁଶ୍ରୀ ଚରଣାର ବିନ୍ଦେ

ବନ୍ଦେ ଗୁରୁଶ୍ରୀ ଚରଣାର ବିନ୍ଦେ

1 min
388

ଅଜ୍ଞାନ ତମସା ବିନାଶ ପାଇଁକି

ତୁମେ ଆସ ଅବତରୀ

ତୁମ ଆଗମନେ ପୁଲକିତ ଧରା

ସବୁଜ ଶୋଭାରେ ଶିରି।


ତୁମେ ପରସରେ ଧରଣୀ ବୁକୁରେ

ନବ ସୃଷ୍ଟି ସରାଜନା

ଦୁରେଇ ଯାଏଟି ଅମାଅନ୍ଧକାର

ମୁକ୍ତି ନାହିଁ ତୁମ ବିନା ।


ତୁମେ ଚାହିଁଦେଲେ କରୁଣାର ନେତ୍ରେ

ଅମୀୟ ଚନ୍ଦନ ପୁରି

ଅଜ୍ଞାନ ତମସା ବିନାଶ ପାଇଁକି

ତୁମେ ଆସ ଅବତରୀ ।


ତୁମେ ଶୂଳ ପାଣି ତୁମ ଚକ୍ରହସ୍ତ

ତୁମେ ଅଟ ବ୍ରହ୍ମବେଣୀ

ତୁମେ ଏ ସଚାର ଚରର ଗୁରୁହେ

ନ ପାରିବ କିଏ ଜାଣି ।


ତୁମରୀ ଆଜ୍ଞାରେ ଆତଯାତ ହୁଏ

ଘନ ଗ୍ରାସେ ରବିକର

ବାଷ୍ପରେ ବାଷ୍ପରେ କରାକୃଷ୍ଟ ହୁଏ

ଆକାଶେ ମେଘ ସଂଚାର ।


ତୁମେ ଭାଙ୍ଗୁଥାଅ ତୁମେ ଗଢୁଥାଅ

ଏଇ ସୁନାର ସଂସାର

ତୁମରି ହାତର ନିହାଣ ମୁଗୁର

ଗଢି ତୋଳେ ବାରମ୍ବାର ।


ତୁମେ ତ ନଥିଲେ ତ୍ରିଭୁବନେ କେବେ

ମିଳିବ ଅମୃତ ବୁନ୍ଦେ

ନମାହିଃ ନମାହିଃ ଶ୍ରୀପଦ ପଙ୍କଜ

ଶ୍ରୀ ଗୁରୁ ଚରଣ ବନ୍ଦେ ।


ଝରିଯାଉ ତବ ଅଭୟ ମୁଦ୍ରାରୁ

ରାଶି ରାଶି ଜ୍ଞାନ ବାରି

ଅଜ୍ଞାନ ତମସା ବିନାଶ ପାଇଁକି

ତୁମେଆସ ଅବତରୀ ।


Rate this content
Log in

Similar oriya poem from Inspirational