STORYMIRROR

Chittaranjan Nanda

Abstract Action Others

3  

Chittaranjan Nanda

Abstract Action Others

ବନ୍ଦେ ଭାରତମାତା

ବନ୍ଦେ ଭାରତମାତା

1 min
171


ହେ ମୋର ବୀର ପ୍ରସବିନୀ, ମଥାରେ ତୋର 

ଶୋଭା ପାଉଛି ତୁଷାର ଶୁଭ୍ର ମୁକୁଟ,

ହେ ମୋର ସ୍ଵର୍ଣ୍ଣ ପ୍ରସବିନୀ, ହିମାଳୟ ଠାରୁ 

କୁମାରିକା ଯାଏ ତୋର ଚିତ୍ରପଟ୍ଟ।।


ହେ ମୋର ତପୋଭୂମି, ଗଙ୍ଗା ଯମୁନା ବ୍ରହ୍ମପୁତ୍ର 

ନାମେ ବହିଯାଏ କେତେ ନଈ,

ହେ ମୋର ଜନନୀ, ଚରଣକୁ ତୋର ଧୁଏ ଅହରହ 

ବିଶାଳ ପାରାବାର ରହି ।।


ହେ ମୋ ସ୍ଵର୍ଣ୍ଣପ୍ରସୂ ଭୂମି,ଏଠାରେ ଜନ୍ମ ନେଇଥିଲେ 

ଶ୍ରୀରାମ, ଶ୍ରୀକୃଷ୍ଣ, ବୁଦ୍ଧ,

ସବୁ ଯୁଗେ ଯୁଗେ, ସତ୍ୟ, ଶାନ୍ତି, ମୈତ୍ରୀ, ପ୍ରୀତି ବାଣ୍ଟି 

ଜଗତକୁ କରିଛ କେତେ ମୁଗ୍ଧ ।।


ହେ ମୋ ଅହିଂସାର ମାଟି, ବୁଦ୍ଧ ମହାବୀର, ଶାନ୍ତିର

ବୀଜକୁ ବୁଣିଲେ ସଂସାରରେ

ସମ୍ରାଟ ଅଶୋକ ଏହି ଭୂମିରେ ଚଣ୍ଡାଶୋକରୁ ଧର୍ମାଶୋକ,

ବନିଲେ ସେ ଶାନ୍ତିର ମନ୍ତ୍ରରେ ।।


ହେ ମୋ ବୀରତ୍ୱର ମାଟି, କିଛି ନରାଧମ ପାଇଁ, ଆମେ

ଆମର ସ୍ଵାଧୀନତାକୁ ହରାଇଲେ

ଭଗତ ଖୁଦୀରାମ ସୁବାଷ ବାପୁଜୀ ପରି କେତେ କେତେ

ସନ୍ତାନ ତୋର ସ୍ଵାଧୀନତା ବୀଜ ବୁଣିଲେ ।।


ହେ ମୋ ବୀରତ୍ୱର ମାଟି, କେତେ ଶହିଦର ପ୍ରାଣଦାନ

ପରେ ଆମେ ସ୍ଵାଧୀନ ହେଲେ

ଗଣତନ୍ତ୍ର ବିନା ସ୍ଵଚ୍ଛ ନୁହେଁ ଦେଶ, ଏ ମୂଳମନ୍ତ୍ରକୁ କରି

ଗ୍ରହଣ ସମ୍ବିଧାନରେ ଶପଥ ନେଲେ ।।


ହେ ମୋର ତପୋଭୂମି, ଦୁଃଖ ଲାଗେ ଆଜି ସ୍ଵଚ୍ଛ ରାଜନୀତି

ଡିଣ୍ଡିମ ବଜାଇ ଏ ଦେଶର ମନ୍ତ୍ରୀ ନେତା

ଅନୀତି ଦୁର୍ନୀତି କରି କେତେ ମିଛ ପ୍ରତିଶ୍ରୁତ ଦିଅନ୍ତି ଚାତକ 

ପ୍ରାୟ ଚାହିଁ ଅଛୁ ଆମେ ଯେତେ ଜନତା ।।


ହାୟରେ ସମୟ, ମୋ ଦେଶେ ଅନ୍ୟାୟ ଅନୀତି ଦୁର୍ନୀତି 

ହିଂସା ରେ ଚାଲୁଛି ନିତି ରକ୍ତପାତ

ଅହିଂସା ନୀତିଟି ଧ୍ୱଂସ ଆଡକୁ ଯାଉଛି ସ୍ଵାର୍ଥ ମଦିରାରେ 

କଳୁଷିତ ଆଜି, ବିପଦରେ ଗଣତନ୍ତ୍ର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract