STORYMIRROR

Satyabati Swain

Tragedy

4  

Satyabati Swain

Tragedy

ବନ୍ଦ କର ସର୍କସ

ବନ୍ଦ କର ସର୍କସ

1 min
393

ଖୋଲିଦେଲି ମୋ ଆତ୍ମାରୁ

ତୁମ ଅନୁଗ୍ରହ ଜଞ୍ଜିର

ତୁମ ଇଚ୍ଛାମତେ କଣ୍ଢେଇ ହୋଇ

ନାଚିବାକୁ ନାହିଁ ମୋର ସ୍ପୃହା

ବନ୍ଦ କର ସର୍କସ 

ଉଠ୍ ବସ୍ ହୋଇ ପାରିବି ନାହିଁ

ତୁମରି ହଣ୍ଟର ଇଙ୍ଗିତେ

ମୋତେ ଦିଅ ଚେନାଏ ମୁକୁଳା ଆକାଶର ଛାତି

ଛୁଇଁଯିବି ମେଘ।


ଉତ୍ତାରି ଦେଲି ତୁମେ ଦେଇଥିବା 

ଯେତେକ ପୋଷାକ

ଦେହ ଢାଙ୍କିବାକୁ ଲୋଡ଼ା ମୋର

ଗୋଟେ ମଣିଷ ଶାଢ଼ୀଟେ

ତୁମ ଚାରି କାନ୍ଥ ପୃଥିବୀରେ

ଫୁସଫୁସ୍ ମୋ ବାୟୁ ନେବାକୁ ନାରାଜ

ଲୋଡ଼େ ଟିକେ ଶୁଦ୍ଧ ପବନ।


ମୋ ଡେଣା କାଟିବାକୁ 

ଆଉ କରନି ସାହସ

ମୁଁ ଏବେ ଆକାଶ ମୁହାଁ

କୌଣସି ଶକ୍ତି ଅଙ୍କୁଶ ଲଗେଇ ପାରିବ ନାହିଁ

ମୋ ସ୍ୱାଭିମାନୀ ଡେଣାରେ

ଥରେ ତ ମୋତେ ମୋ ବାଗରେ

ବଞ୍ଚିବାକୁ ଦିଅ।


ମୋ ସ୍ୱପ୍ନରେ ତୁମେ କିଏ ରଙ୍ଗ ଭରିବାକୁ ?

ମର୍ଜିର ମାଲିକ ମୁଁ

ଇଛାମତେ

ରଙ୍ଗେଇବି ମୋ ଜୀବନ କାନଭାସ୍

ପ୍ରେମର ଖୁଦ ଲୋଭ ଦେଖାଇ

ଫାଶରେ ବାନ୍ଧିବ ବୋଲି 

କର ନାହିଁ ପ୍ରୟାସ

ତୁମ ପ୍ରେମରେ ଭରସା କମ୍

ଭସେଇ ଦେବା ଅଧିକ ଯେ।


ମୁଖା ଖୋଲି ଦିଅ ତୁମ

ଭିତର ଜଘନ୍ୟ ମଣିଷ ମୁହଁ

ମୁଁ ଦେଖି ସାରିଛି

ଆଉ ଭୁଲ୍ ଦୋହରେଇବି ନାହିଁ

ସଶକ୍ତ , ଦୃଢ଼ ପଥର ଯାଇଛି ହୋଇ

ଏଣିକି ତିଆରବି ନିଜ ରାସ୍ତା ଚାଲିବା ପାଇଁ

ବହୁତ ହୋଇଗଲା ବିଶ୍ୱାସରର

 ବିଷ ପିଇ ମରଣ ଜୀଇଁବା।


ତ୍ୟାଗ କରି ଧରିତ୍ରୀ ହେବାକୁ ଚାହେଁନା

କେତେ ଆଉ ପାହାଡ଼ ହେବି ?

କାହିଁକି ବା ବରଦାସ୍ତ କରିବି ତୁମକୁ

ତୁମେ ତ ଖେଳିଲ ମୋ ମନ ସହ

ଦେହକୁ ଭୋଗ ଲଗେଇଲ

ବାଉଁଶ ରାଣୀ କରି ମୋତେ

କେତେଦିନ କମେଇଁବ ଧନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy