STORYMIRROR

ଅନିଲ କୁମାର ଲେଙ୍କା

Tragedy

3  

ଅନିଲ କୁମାର ଲେଙ୍କା

Tragedy

# ବଳାତ୍କାର #

# ବଳାତ୍କାର #

1 min
233


ଦୋଷୀ ହୋଇଯାଇଛି ମୁଁ

ଆଉ ମତେ କଣ ଫାଶୀ ମିଳିବ

ନା ମୁଁ ନିର୍ଦ୍ଦୋଷରେ ହେବି ଖଲାସ,

ଆଖି ଲୁହରେ

ପ୍ରମାଣ ବି ଲିଭି ଯାଇଛି,

ଅନ୍ତରର କୋହକୁ ଚାପି ଚାପି

ନିଜକୁ ତୁମର ଖୁବ୍ ନିକଟତର କରିଛି,

ଆଉ ସାମାଜିକ ଆଦବ କାଇଦାରେ

କରିଛି ଆତ୍ମସମର୍ପଣ !

ନିରୀହ ହୃଦୟକୁ ପାଷାଣ କରି

କଣ୍ଟକିତ ପଥେ ବାଟ ଚାଲୁଛି

କାମନା ପଥରେ ସବୁ ଅସ୍ତରାଗକୁ

ପଛରେ ପକାଇ ଆଗକୁ ତ

ଯିବାକୁ ହେବ- ଏଇ ନ୍ୟାୟରେ,

ହୃଦୟ ମନ୍ଦିରରେ ସବୁ ଟାହି ଟାପରା

କଷଣ ଦେଲା ପରେ ବି

ଲୁଚେଇ ଦେଇଛି ସ୍ୱାଭିମାନକୁ

ପୁରୁଷତ୍ୱର ଗଣ୍ଠିଲି ଭିତରେ !

ପ୍ରଶ୍ନ ସିନା ମୋର

ଉତ୍ତର ତ ତୁମ ପାଖେ

ଜାଣେନା ଏ ଶାସ୍ତି କେଉଁ ଅପରାଧର

ଅବା ଅଭିମାନ- ଆତ୍ମୀୟଙ୍କର,

ଆଇନା ପାଖରେ ଠିଆ ହୋଇ

ଯେବେ ଖୁବ୍ ହସେ

ଅନୁଭବ କରେ ତୁମେ ବି ଖୁବ୍ ହସୁଛ

କାରଣ ମୁଁ ଜାଣେ ତୁମ ହୃଦୟ

ଆଜି ହୋଇ ସାରିଛି 'ବଳାତ୍କାର'

ଆଉ ମୁଁ ତୁମ ସ୍ପନ୍ଦନ ପାଖେ

ତୁମ ଇପ୍ସିତ ବଳାତ୍କାରୀ !

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy