ବିୟୋଗ
ବିୟୋଗ
ମନ ମୋର ଆଜି କାହିଁକି କେଜାଣି
କାହାକୁ ଖୋଜୁଛି ଏତେ ।
କାହାକୁ କହିଲେ କିଏ ତ ବୁଝିବ
ମନର ଭାବନା ସତେ ।
ତୁମ ପାଇଁ ଆଜି ଆଖିରେ ସତେ କି
ନିଦ ତ ଆସୁନି ମୋର ।
ଟୋପା ଟୋପା ହୋଇ ଆସୁଅଛି ଚାଲି
ଅକୁହା ମୋର ଅଶ୍ରୁଧାର ।
ଭାବି ଭାବି ଆଖି ଲାଲ ହୋଇଗଲା
ତୁମ କଥା ମନେ ପଡ଼ି ।
ତୁମ ପରି ଅବା କିଏ ବା ଡ଼ାକିବ
ମତେ ଶୁଣି ଯାଅ ବୋଲି ।
ଆସେନାହିଁ ନିଦ ଅପସରା ସ୍ମୁତିରେ
ତକିୟାରେ ଭିଜେ ଲୁହ ।
ତୁମ ବିନା ଏଠି ସବୁ ଅସାର
ମନେ ହତାଶର କୋହ ।
ସ୍ୱାମୀ ଙ୍କ ମହତ୍ୱ ଜାଣିବା ଆଗରୁ
ଚାଲିଗଲ କେଉଁଠାକୁ ଉଡି ।
ତୁମେ ଥିଲେ ଆଜି ଅଲଗା ଘଟନ୍ତା
ଭାବୁଜି ଖଟରେ ପଡ଼ି ।
ପତି ବୋଲି ଯେଉଁ ଦୁଇଟି ଅକ୍ଷର
ଭଲରେ ଜାଣିନି କେବେ ।
ତୁମ ପାଖରେ କେତେ ଖୁସି ଥିଲା
ସେକଥା ଭାବୁଛି ଏବେ ।
କେଉଁ ରାଇଜକୁ ଚାଲିଗଲ ତୁମେ
ଆସନ୍ତା କି ଥରେ ଫେରି ।
ତୁମେ ଥିଲ ଆମ ପାଇଁ ବିଶାଳ ଆକାଶ
ମନ ଖୋଲା ଏକ ବହି ।
ଯେଉଁ ଆକାଶରେ ଉଡି ବୁଲି ଥିଲି
ଖୁସିରେ ଆନନ୍ଦ ହୋଇ ।
ସମସ୍ତେ ଥାଇକି ତଥାପି କାହିଁକି
ଏକା ତ ହୋଇଛି ଯାଇ !
ଭାବୁଛି କେଜାଣି ତୁମେ ଥିଲେ ଏବେ
ପାଖକୁ ଆସନ୍ତା ଧାଇଁ ।
ମନ ମନ୍ଦିର ରେ ପୂଜା ପାଉଥିବ
ବର୍ଷ ବର୍ଷ ଚିର କାଳ ।
ତୁମରି ସ୍ମୁତି କୁ ସାଇତି ରଖିଛି
ତୁମେ ଘେନ ପ୍ରଣାମ ମୋର ।
ଆତ୍ମା ନା ମରିଛି ନା ମରିବ କେବେ
ସେ ତ ଅମର, ନିରାକାର ।
ତୁମେ ଯାଇ ବସ ବୈକୁଣ୍ଠ ପୁରରେ
ପ୍ରଭୁଙ୍କ ପାଖରେ ଏତିକି ଗୁହାରୀ ମୋର ।
