STORYMIRROR

Arundhati Senapati

Tragedy Others

3  

Arundhati Senapati

Tragedy Others

ବିସ୍ତୀର୍ଣ୍ଣ ବୀଥି

ବିସ୍ତୀର୍ଣ୍ଣ ବୀଥି

1 min
11.6K

ଅନନ୍ତ, ଅସୀମ ଓ ବିସ୍ତୃତ ବୀଥିରେ

ଅଳିକ ମାୟାଯୁକ୍ତ ଜୀବନ।

କେତେ ଛଳନା, ପ୍ରତାରଣା ଦେଇ

ଅତିକ୍ରମ କରିବାକୁ ପଡେ ଏଠି ପଥ।


ଅଙ୍କାବଙ୍କା ବୀଥିରେ ସଳଖ ହୋଇ

ନିଜକୁ ସଜାଡି ଚାଲିବାକୁ ପଡେ।

ନହେଲେ ପ୍ରତି ପଦରେ ଏଠି

ଧକ୍କା, କଣ୍ଟା, କଙ୍କର ଖଣ୍ଡ, ଗର୍ତ୍ତାଦି

ପ୍ରସ୍ତୁତ ତୁମକୁ ରକ୍ତାକ୍ତ କରିବା ପାଇଁ।


ପ୍ରସ୍ତର ଖଣ୍ଡକୁ ଗୋଟେଇ ଗୋଟେଇ

ନିଜ ପାଇଁ ପ୍ରଶସ୍ତ ପଥକୁ

ନିଜକୁ ହିଁ ନିର୍ମାଣ କରିବାକୁ ପଡେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy