ବିଷର୍ଣ୍ଣ ମନ
ବିଷର୍ଣ୍ଣ ମନ
ସ୍ବଲ୍ପ ଦିନର ଅନ୍ତରଙ୍ଗ କଲାପରେ
ବନ୍ଧାବଡେ ହୃଦୟ
ମଧୁର ଭାବଟିକକ ଦାବି କରେ
ଆଖିରେ ଅସରାଏ ଲୁହ
ଆଉ ଛାତି ତଳେ ଅଜଣା କୋହ
ଦକ ଦକ ଜଳୁଥାଏ
ଦଗ୍ଧ ଯନ୍ତ୍ରଣା ରେ ଛଟପଟ ହୁଏ
ହେଲେ ଦେଖାଇ ହୁଏନି
କହି ହୁଏନି କାହାକୁ କିଛି
ଯଦି କିଏ ପ୍ରଶ୍ନ କରେ
ବିଷର୍ଣ୍ଣ କାହିଁକି ତୁମ ମନ
ହଠାତ୍ ବାହାରି ଆସେ କିଛି ନାହିଁ
ତତ୍ ସଙ୍ଗେ ଗୋଟିଏ ଓ କୃତ୍ରିମ ହସ
ମନ ଖୋଜୁଥାଏ ଅନ୍ତରଙ୍ଗ ବନ୍ଧୁତ୍ବ
ବିତୃଷ୍ଣା ଲାଗେ ସବୁକିଛି
ସୁବର୍ଣ୍ଣ,ସୁସ୍ବାଦିଷ୍ଟ ଖାଦ୍ୟ
ଅଥବା ସୁନ୍ଦରୀ ରମଣୀ
କାରଣ ମୁଁ ତୁମକୁ ହିଁ ଖୋଜେ
ହେଲେ କିଛି ବ୍ୟକ୍ତ କରେନାହିଁ
ତୁମକୁ ଦିଏ ନାହିଁ ବ୍ୟଥା
କରେନା କାତର
ତମେ ଜାଣବା ନ ଜାଣ
ଶକୁନି ର ହସ ହସି ଚାଲିଯାଅ
ମୋ ଚକ୍ଷୁ ସାମ୍ନାରୁ
ହେଲେ ମୁଁ ଚାହିଁ ଥାଏ
ଚାତକ ପରି ତୂମ ଫେରିବା ବାଟକୁ

