STORYMIRROR

Yudhisthir Khamari

Romance

2  

Yudhisthir Khamari

Romance

ବିଷର୍ଣ୍ଣ ମନ

ବିଷର୍ଣ୍ଣ ମନ

1 min
119

ସ୍ବଲ୍ପ ଦିନର ଅନ୍ତରଙ୍ଗ କଲାପରେ

ବନ୍ଧାବଡେ ହୃଦୟ

ମଧୁର ଭାବଟିକକ ଦାବି କରେ

ଆଖିରେ ଅସରାଏ ଲୁହ

ଆଉ ଛାତି ତଳେ ଅଜଣା କୋହ

ଦକ ଦକ ଜଳୁଥାଏ

ଦଗ୍ଧ ଯନ୍ତ୍ରଣା ରେ ଛଟପଟ ହୁଏ

ହେଲେ ଦେଖାଇ ହୁଏନି

କହି ହୁଏନି କାହାକୁ କିଛି

ଯଦି କିଏ ପ୍ରଶ୍ନ କରେ

ବିଷର୍ଣ୍ଣ କାହିଁକି ତୁମ ମନ

ହଠାତ୍ ବାହାରି ଆସେ କିଛି ନାହିଁ

ତତ୍ ସଙ୍ଗେ ଗୋଟିଏ ଓ କୃତ୍ରିମ ହସ

ମନ ଖୋଜୁଥାଏ ଅନ୍ତରଙ୍ଗ ବନ୍ଧୁତ୍ବ

ବିତୃଷ୍ଣା ଲାଗେ ସବୁକିଛି

ସୁବର୍ଣ୍ଣ,ସୁସ୍ବାଦିଷ୍ଟ ଖାଦ୍ୟ

ଅଥବା ସୁନ୍ଦରୀ ରମଣୀ

କାରଣ ମୁଁ ତୁମକୁ ହିଁ ଖୋଜେ

ହେଲେ କିଛି ବ୍ୟକ୍ତ କରେନାହିଁ

ତୁମକୁ ଦିଏ ନାହିଁ ବ୍ୟଥା

କରେନା କାତର

ତମେ ଜାଣବା ନ ଜାଣ

ଶକୁନି ର ହସ ହସି ଚାଲିଯାଅ

ମୋ ଚକ୍ଷୁ ସାମ୍ନାରୁ

ହେଲେ ମୁଁ ଚାହିଁ ଥାଏ

ଚାତକ ପରି ତୂମ ଫେରିବା ବାଟକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance