STORYMIRROR

Bishwaranjan Tripathy

Tragedy Inspirational

3  

Bishwaranjan Tripathy

Tragedy Inspirational

ବିଷମ ପଥ

ବିଷମ ପଥ

1 min
58

ଜୀବନ ପଥ ଏ ବଡ଼ ବିଷମ

ଚାଲି ଜାଣେ ନାହିଁ ମୁହିଁ

ଚାଲିବା ଶିଖିଲା ବେଳକୁ 

ଜୀବନ ପଥ ତ ବଦଳେ ତହିଁ।

କାହାକୁ କହିବି ଭଲ ଏଠି

କାହାକୁ ପୁଣି ଖରାପ

କିଛି ନକହି ଚୁପ ରହିବା

ସବୁଠୁ ସୁବିଧା ବାଟ।

ରହି ହୁଏନାହିଁ ସହି ହୁଏନାହିଁ

ଦେଖି ସଭିଙ୍କର ଅନୀତି ନାଟ

ପାଟି ଖୋଲିଦେଲେ କଥାତ ସରିଲା

ଦେଖାନ୍ତି ଅନ୍ୟାୟର ଯେତେ ଛାଟ।

ତଥାପି ଏମନ କରିଅଛି ପଣ

ରହିଛି ମନେ ମୋ ବହୁତ ଟାଣ

ଅନ୍ୟାୟ ଅନୀତି ଯେତେ ବି ଦୁର୍ନୀତି

କରିବାପାଇଁ ପ୍ରତିହତ।

କରିବି ବିରୋଧ ଆସୁଯେତେ ବାଧା

ପଛକୁ ହଟି ନଯିବି

ଦୁର୍ନୀତି ର ଚେର, ମଦର ବ୍ୟାପାର

ସମୂଳେ ନାଶ କରିବି।

ସତ୍ୟରେ ଥିଲେ, ଭଲ କାମ କଲେ

ସହେ ନାହିଁ ଏ ସମାଜ

ସମାଜ ଦେହରେ କଣ୍ଟା ଭଳି ବାଜେ

ବାଟରୁ ହଟାନ୍ତି କେତେ ଯେ ମାନବ ପ୍ରେମୀକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy