STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ବିଷାକ୍ତ ସହର

ବିଷାକ୍ତ ସହର

1 min
374


ରୋଗର ଉତ୍ପତ୍ତି ସହରୁ ହେଉଛି

   ବିଷାକ୍ତ ହୁଏ ସହର, 

ପରିପୂର୍ଣ୍ଣ ସାରା ଅଳିଆରେ ଏଠି                

  ଧ୍ୟାନ ନାହିହିଁ ଜନର।


ଅଳିଆର ଯୋଗୁଁ ବିଷାକ୍ତ ସହର

  ରୋଗର ଉତ୍ପତ୍ତି ଏଠି,

ବିଷାକ୍ତ ପବନ ବୁହେ ନିରନ୍ତର

  ଧ୍ୟାନ ନାହିଁ କାର ଏଠି।


ସ୍ବଚ୍ଛତା ଗ୍ରାମର ପ୍ରବାହିତ ହୁଏ

  ପ୍ରଭାବ ପଡେ ସ୍ବାସ୍ଥ୍ୟର

ବିଷାକ୍ତ ପବନ ସହରରୁ ଆସେ

  ବିଷାକ୍ତ କରେ ଗ୍ରାମର।


ତଥାପି ସ୍ବଚ୍ଛତା ଗାଁ ବାତାବରଣ

  ଶୁଦ୍ଧ ବାୟୁ ନିରନ୍ତର,

ଗଛ ଲତା ପୁଷ୍ପ ସଜ୍ଜିତ ଗ୍ରାମରେ

  ଆଶିର୍ବାଦ ସ୍ବଚ୍ଛତାର।


ଅଦୁର୍ଶ୍ୟ ରୋଗର ତାଣ୍ଡବ ସହରେ

  ଦେଖି ଛନ୍ତି ଜନଜନେ,

କିପରି ଯନ୍ତ୍ରଣା ଦେଲା ସେ ସହରେ

  ମନେ ରଖିଛନ୍ତି ଜନେ।

 

ଅଳିଆର ଯୋଗୁଁ ପୀଡିତ ସହରୀ

  ଚିନ୍ତା କରିବାକୁ ହେବ,

ନଥିଲା ଯନ୍ତ୍ରଣା ଗ୍ରାମୀଣ ଭାରତେ

  ଶୁଦ୍ଧତାର ସେ ବୈଭବ।


ଅଦୁର୍ଶ୍ୟ କରୋନା ପୀଡିତ ନ କଲା

  ସ୍ବାସ୍ଥ୍ୟ ଥିଲେ ଗ୍ରାମବାସୀ,

ଡ଼ାକ୍ତର ଖାନାକୁ ଯାଇ ନାହିଁ କେହୁ

   ଦେଲେ ଶିକ୍ଷା ଗ୍ରାମବାସୀ।


ଓମିକ୍ରନ୍ ନାହିଁ ଗ୍ରାମୀଣ ଭାରତେ

   ଟିକା ନେଲେ ହୋଇ ଖୁସି,

ଶତ ପ୍ରତିଶତ ଟିକା ଲାଗି ଗଲା

   ଦୂରତା ରଖନ୍ତି ହସି।


ମାସ୍କ ପିନ୍ଧୁ ଛନ୍ତି ହୃଦୟେ କର୍ତ୍ତବ୍ୟ

   ଡ଼ାକ୍ତରର ପରାମର୍ଶେ,

ଶୁଦ୍ଧ ପବନରେ ଜୀବନ ନିର୍ବାହ

   ହାତ ଧୋଉ ଛନ୍ତି ହର୍ଷେ।


ବିଷାକ୍ତ ପବନେ ପୀଡିତ ସହରୀ

   ଅଳିଆରେ ପରିପୂର୍ଣ୍ଣ,

କିପରି ନହେବ ରୋଗର ଯନ୍ତ୍ରଣା

   ବିପଦରେ ପରିପୂର୍ଣ୍ଣ।


ପ୍ରଦୂଷଣ ଅତି ସହରୀ କ୍ଷେତ୍ରରେ

  ଲୋକ ଗହଳିରେ ପୂର୍ଣ୍ଣ,

କୋଟି କୋଟି କାର ଯାତାୟାତ ତହିଁ

  ଅଳିଆରେ ପରିପୂର୍ଣ୍ଣ।


କିପରି ନ ହେବ ସହର ବିଷାକ୍ତ

  ରୋଗର ଯନ୍ତ୍ରଣା ଅତି,

କର୍ତ୍ତବ୍ୟର ଭାବ ନାହିହିଁ ତାଙ୍କରେ

  ବିଷାକ୍ତ କରନ୍ତି ନିତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy