STORYMIRROR

Srinibas Mahalik

Inspirational Abstract Others

3  

Srinibas Mahalik

Inspirational Abstract Others

ବିଷ ଖାଦ୍ୟ

ବିଷ ଖାଦ୍ୟ

1 min
14.1K


 କାର୍ବାଇଡ୍ ଦିଆ କଦଳୀ ସାଙ୍ଗକୁ

 ମହମ ମିଶ୍ରିତ ସେଓ

 ଖାଇବା ସୋଡାରେ ପନିର୍ ପ୍ରସ୍ତୁତ

 ସାମ୍ପୋ ମିଶା କ୍ଷୀର ପିଅ ।।

 ପରିବା ଆକାର ବୃଦ୍ଧି କରିବାରେ

 ମିଶଇ ଅକ୍ସିଟୋସିନ୍

 କପର୍ ସଲଫେଟ୍ ପାଖରେ ନଥିଲେ

ପରିବା ହୁଏନି ଗ୍ରୀନ୍ ।।

 ମଲାମାଛ ପୁଣି ସତେଜ ରୁହେନି

 ଫର୍ମାଲଡିହାଇଡ୍ ବିନା

 ଅଣ୍ଡା ବନ୍ଧାକୋବି ଚାଉଳ ଇତ୍ୟାଦି

 ପ୍ଳାଷ୍ଟିକର ମିଳେ ଦାନା ।।

 ପ୍ରତିଦିନ ଆମେ ବଜାରରୁ କିଣି

 ଖାଉଛୁ ଏଭଳି ବିଷ

 ନିରୁପାୟ ଆମେ ଗତିହୀନ ପ୍ରଭୁ

 ରକ୍ଷା କର ହୃଷିକେଶ ।।


Rate this content
Log in

Similar oriya poem from Inspirational