ବିଶ୍ବସ୍ତ ବନ୍ଧୁ
ବିଶ୍ବସ୍ତ ବନ୍ଧୁ
ମ୍ରୁତ୍ୟୁ
ବିଶ୍ବାସଘାତକ
ସ୍ବାର୍ଥପର ଦୂନିଆଁ ରେ
ଦିଏ ନାହିଁ ଧୋକା ସିଏ
ବାନ୍ଧି ନିଏ ନିବିଡ ଆଶ୍ଲେଷେ
ବନ୍ଧୁତ୍ବ ର ଉଷ୍ମ ଆଲିଙ୍ଗନେ
ଚାରିଆଡେ ଫାଙ୍କା ଫାଙ୍କି
ଛଳନାର ଫାଙ୍କି ଦୂନିଆଁ ରେ
ସଚ୍ଚା କର୍ମଯୋଗୀ ପରି ଏ ବନ୍ଧୁ ଟି କରିଚାଲେ କର୍ମ
ଧନୀ,ଗରୀବ,ଞାନୀ,ଅଞାନ,ପାପୀ,ପୂଣ୍ୟାତ୍ମା
ସମସ୍ତଙ୍କ ପାଇଁ ନିରପେକ୍ଷ ଭାବେ
କରିଯାଏ ତା କର୍ତ୍ତବ୍ୟ ଅକୁଣ୍ଠ ଚିତ୍ତ ରେ
ତଥାପି ତ
ଶାହାନାଇ ବାଜେ ନାଇଁ
ହୁଏନାହିଁ କା ପ୍ରାଣ ଆନନ୍ଦ ଆଗମନେ ତାର
କା ଓଠରେ ଫୁଟେନାହିଁ ଫୁଲ ତାହାରି ସ୍ବାଗତେ
ପରନ୍ତୁ
ଏ ମନୁଷ୍ୟ ଭୟରେ
ହୋଇଯାଏ ମୁକ
ଆସିବା ମୂହୁର୍ତ୍ତ ହେଲେ
ମ୍ରୁତ୍ୟୁ ନାମ୍ନୀ ବିଶ୍ବସ୍ତ ବନ୍ଧୁ ର
