STORYMIRROR

Snigdha Nayak

Tragedy

3  

Snigdha Nayak

Tragedy

ବିଶ୍ବାସ

ବିଶ୍ବାସ

1 min
446

ଆଖି କଜ୍ବଳ ଯଦି କୁଦୃଷ୍ଟି ପକାଏ?

ଓଢଣା ଯଦି ଉଲଗ୍ନ କରାଏ?

ବେଦୀ ହୋମକୁଣ୍ଡ ଯଦି ମୁଖାଗ୍ନି ହୁଏ?

ସବୁ ଯଦି ଅବିଶ୍ଵାସ ଭରା

କେଉଁ ବିଶ୍ୱାସ ର ଆସରା।।


କଥା ଦେଇଥିଲ ସାରା ଜୀବନ

ମୁଁ ତୁମ ଆଖି କଜ୍ବଳ

ମୋ ରକ୍ତ ର ପ୍ରତି କଣିକା ରେ ତୁମେ

ତୁମେ ହିଁ ହୃଦୟରେ ତୁମେ ହିଁ ମସ୍ତିଷ୍କରେ

ଯେ ଯାଏଁ ଅଛି ଏ ପ୍ରାଣବାୟୁ

ମୁଁ ତୁମର... କେବଳ ତୁମର...

କଜ୍ବଳ ଗାରଟିଏ ପରି

ଦୁରେଇ ରଖିବି ସବୁ ଅସୁରରୀରୁ

କହିଥିଲ ତୁମେ ହୃଦୟରୁ

ମିଥ୍ୟା ନ ଥିଲା ସେ ବଚନ

କହୁ କହୁ ଦି'ଟୋପା ଝରିଯାଇଥିଲା ତୁମ ଚକ୍ଷୁରୁ

ଆଉ ଓଦା ହୋଇ ବହିଯାଇ ଥିଲା କିଛି ମୋ କଜ୍ଵଳ ଗାରରୁ


ଅଲିଭା ଏକ ହୋମକୁଣ୍ଡରେ

ଦେଇ ସାତ ବଚନ

ଜିଣି ନେଲ ମୋ ତନମନ

ଅଦେଖା ଓଢଣାରେ

ଢାଙ୍କିଦେଲ ଶରୀରର ପ୍ରତିଟି କଣିକାକୁ

ମସ୍ତିଷ୍କ ଆଉ ହୃଦୟକୁ

ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗକୁ

ଆଉ ମୋ ଆଖିରେ ସାଜୁଥିବା ସେଇ ସୁନେଲି ସ୍ବପ୍ନ ମାନଙ୍କୁ


ବାଧ୍ୟ...? ବାଧ୍ୟ ତୁମେ...?

ନା'ବାଧ୍ୟ ତୁମେନା' ବାଧ୍ୟ ତୁମର

ସେଇ ହୋମକୁଣ୍ଡର ଅଗ୍ନି ମୁଖାଗ୍ନି ପାଇଁ

ନା',ମିଥ୍ୟା... । ଜାମା ନୁହଁ...?


କୋଉ ଚାପରେ

ଖସି ପଡିଛି ,ସଜ ପ୍ରେମର ଓଢଣାଟି

ତୁମ ଅକୁହା , ଅଦେଖା ପୀଡାର ଝଡ଼ରେ

ସତ ଚେଷ୍ଟା ସତ୍ୱେ?

ଉଲଗ୍ନ ହେଉଥିବା ପ୍ରେମର ବିକଳତା

ଛିଦ୍ର ବିଛିଦ୍ର କରାଏ ତୁମ ହୃଦୟ

ଆଉ ଏଠି ରାକ୍ତାତ୍ତ ହୁଏ ମୋ ହୃଦୟ


ଜୀବନ ଦିବସେ,ନୁହଁ ତ ,

ସବୁ ଅବିଶ୍ଵାସ ଭରା

ନିରବ ମଧ୍ୟାନ୍ନେ 

ପ୍ରେମର ଛାଇରେ ବିରିହର ଖରା

ଅନେକ ଅବିଶ୍ଵାସ ଭିତରେ

କିଛିଟା ବିଶ୍ୱାସର ସାହାରା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy