Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ବିଶ୍ବ ଆଦିବାସୀ ଦିବସ

ବିଶ୍ବ ଆଦିବାସୀ ଦିବସ

1 min
412



       

ରକ୍ଷା ପରିବେଶ କରେ ଆଦିବାସୀ

    ପଟାନ୍ତର ନାହିଁ ତା'ର

ଛନ୍ଦ ଓ କପଟ ନ ଥାଏ ଟି ଯାର

     ରାଷ୍ଟ୍ର ନିର୍ମାଣେ ତତ୍ପର !

ରକ୍ଷା ପରିବେଶ


ନାହିଁ ପରାଧୀନ ସ୍ବୀକାର ତାଙ୍କର

    ରାଷ୍ଟ୍ର ଭକ୍ତି ସଞ୍ଚାରିତ

ମା ଭାରତୀ ପାଇଁ ସ୍ବତନ୍ତ୍ର ସଂଗ୍ରାମେ

   କରିଲେ ପ୍ରାଣ ଆହୁତ !

ରକ୍ଷା ପରିବେଶ


ସତ୍ୟ ନିଷ୍ଠା ଭକ୍ତି ତାର କାରଣରୁ

   ଆଦିବାସୀ ରାଷ୍ଟ୍ରପତି

ପୁଣିସେ ମହିଳା ସର୍ବୋଚ୍ଚ ଆସନେ 

  ଗୁଞ୍ଜେବିଶ୍ବେ ତାଙ୍କ କୀର୍ତ୍ତି !

ରକ୍ଷା ପରିବେଶ


ନିର୍ମଳ ନିଶ୍ଚଳ ପ୍ରବୃତ୍ତି ତାଙ୍କର

  ପ୍ରକୃତିର ପୂଜାର୍ଚ୍ଚନା 

ଜଗତ ଠାକୁର ପରା ଦାରୁବ୍ରହ୍ମ 

  କଲେ ସେ ସୃଷ୍ଟି ରଚନା !

ରକ୍ଷା ପରିବେଶ


ଧର୍ମ ପରାୟଣ ଭକ୍ତି ନିରନ୍ତର

  ସତ୍ୟ ଅହିଂସାର ମନ୍ତ୍ର 

ଧନ୍ୟ ଧନ୍ୟ ତାଙ୍କ ରାଷ୍ଟ୍ର ଭକ୍ତି ପ୍ରେମ

  ଦିଏ ବିଶ୍ବେ ଶାନ୍ତି ତନ୍ତ୍ର !

ରକ୍ଷା ପରିବେଶ


ରାଷ୍ଟ୍ର କୁ ଦିଅନ୍ତି ଅନ୍ନକୁ ଯୋଗେଇ

   ଚାଷୀ ପରା ଆଦିବାସୀ

ସବୁ ଗୁଣେ ପୂର୍ଣ୍ଣ ରାଷ୍ଟ୍ରର ନିର୍ମାଣେ

   ଗୁଞ୍ଜୁ ଅଛି ଦିବା ନିଶି !

ରକ୍ଷା ପରିବେଶ


ଅଭିନନ୍ଦନ ଟି ବିଚ୍ଛିନ୍ନାଞ୍ଚଳ ରୁ

  ଆଦିବାସୀ ଦିବସରେ

ଆତ୍ମନିର୍ଭର ଟି ହୁଅନ୍ତୁ ସମସ୍ତେ

  ଅମୃତର ଏ କାଳରେ !

ରକ୍ଷା ପରିବେଶ


ସଂସ୍କୃତି ସଂସ୍କାର ସଙ୍ଗୀତ ତାଙ୍କର

    ଜନଜନ ଶିକ୍ଷା ଦିଏ

ନୂଆ ଏ ଭାରତ କରନ୍ତି ନିର୍ମାଣ

   ତାଙ୍କ ପରି ଆଉ କିଏ !



Rate this content
Log in

Similar oriya poem from Abstract