STORYMIRROR

Panchanan Jena

Fantasy

4  

Panchanan Jena

Fantasy

ବିଶ୍ଵାସମିତ୍ର

ବିଶ୍ଵାସମିତ୍ର

1 min
215

ଜୀବନ ଲାଗେ ଅସରନ୍ତି କରୁକ୍ଷେତ୍ର

ତେଲ ଲୁଣର ଜଞ୍ଜାଳରେ ରଣକ୍ଷେତ୍ର

ତଥାପି ଆସ୍ଥା ବାନ୍ଧି ବସିଛି 

ଏ ଛାର ଦୀନ ହୀନ ଅକିଞ୍ଚନ

ଅଧର୍ମ ହେବ ବିଲୟ

ଅକ୍ଷୟ ହେବ ପୂଣ୍ୟ ଜଗତେ

ଧର୍ମର ହେବ ବିଜୟ


ଜୀବନ ଲାଗେ ନିତିଦୀଘ୍ଯ ସଂଘର୍ଷକ୍ଷେତ୍ର

ଅସୁବିଧାରୁ ସୁବିଧା ପାଇଁ ନିତି ତର୍କକ୍ଷେତ୍ର

ତଥାପି ଦାନା ବାନ୍ଧି ବସିଛି 

ସବୁ ମାୟାରେ ବାୟୁ ମନୁ ସନ୍ତାନ

ରୁଚି ଅରୁଚିର ପ୍ରାଚୀର ମୁଣ୍ଡେଇ

କଳାବଦନ ପାଦେ ଶେଷ ମୁଣ୍ଡନ

ପାପର ହେବ ସମାପନ

ପୂଣ୍ୟର ହେବ ଉତ୍‌ଥାପନ

ସତ୍ୟ ନାୟର ହେବ

 ଶେଷେ ଜୟ ଜୟ ଗାନ


ଜୀବନ ଲାଗେ ସିନ୍ଦୁରିତ ଶଙ୍ଗକ୍ଷେତ୍ର

କର୍ମରେ ତ୍ୟାଗ ଧର୍ମରେ ବିଶ୍ଵାସମିତ୍ର

ତଥାପି ଧ୍ୟାନ ମୌନ ବସିଛି

ମାନବତାର ଅବକ୍ଷୟରେ ମୁହ୍ୟମାନ ବିଦ୍ୱାନ

ଅନ୍ୟାୟର ହେବ ଶ୍ମଶାନ ଗମନ

ନ୍ୟାୟର ହେବ ସଫଳ ସୋପାନ

ମିଥ୍ୟାର ହୋଇପାରେ ପ୍ରାରମ୍ଭିକ ଭତ୍ଥାନ

ଶେଷେ ହିଁ ବିଜୟ ତିଳକ ପିନ୍ଧିବ

ସତ୍ୟସନ୍ଧିସୁ ନମ୍ର କମ୍ର ଭଦ୍ର ସ୍ଥିତପ୍ରଜ୍ଞ ନମନ


Rate this content
Log in

Similar oriya poem from Fantasy