STORYMIRROR

Krushna Chandra Lenka

Tragedy Thriller

3  

Krushna Chandra Lenka

Tragedy Thriller

ବଇଶାଖୀ ବାଆ

ବଇଶାଖୀ ବାଆ

1 min
365

ମଧୁମାସ ଶେଷେ ବଇଶାଖ ଆସେ

  ପ୍ରଚଣ୍ଡ ଉତ୍ତାପ ଘେନି

କେଡେ ଘୋର କାଳ ସତେ ସେହି ବେଳ

  ଅମ୍ପନ ହେଉ କି ଫନି।

ନାହିଁ ତିଳେ ଦୟା କେମନ୍ତ ତୁ ବାଆ

  କିମ୍ପା ଆସୁ ଏଇ ଦିନେ

ଭୂତାଣୁ ଦାନବ ରଚୁଛି ତାଣ୍ଡବ

 ବଢେ ଭୀତି ଜନ ମନେ।

ଏ ଘୋର କାଳରେ ଉତ୍କଳ କୋଳରେ

  ଦେଖା ଦେଉ ତୁ କିମ୍ପାଇଁ

କାଳ ବଇଶାଖୀ ତୋର ରୂପ ଦେଖି

    ଡାକେ ରଖ ମୋତେ ସାଇଁ।

ବଙ୍ଗୋପସାଗର ଜନନୀ ତୋହର

  ଥିଲୁ ଗଭୀର ଗହ୍ବରେ

ଓଡିଶା ମାଟିରେ କି ଯଶ ପାଉରେ

  ଖେଳ ଖେଳୁ ମନୋହରେ।

ତୋର ଏଇ ଖେଳ ଜୀବ ପାଇଁ କାଳ

  ସେ କଥା ବୁଝିବୁ କାହିଁ

ନିର୍ଘୋଷ ଭ୍ରମଣ କରିବାକୁ ଧନ

  ପାଇଛୁ ଉତ୍କଳ ଭୂଇଁ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy