STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ବିଶ୍ଵ ସ୍ଵାସ୍ଥ୍ୟ ଦିବସ

ବିଶ୍ଵ ସ୍ଵାସ୍ଥ୍ୟ ଦିବସ

1 min
310


ପଞ୍ଚସ୍ତରୀ ବରଷେ ହେଲା ଉପନୀତ

ଆଜି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ

ସମଗ୍ର ବିଶ୍ଵେ ସ୍ଵାସ୍ଥ୍ୟ ସେବାକୁ

ଯୋଗାଇବାକୁ ପରିକଳ୍ପନା

କରିଥିଲା ଓକରୁଛି ଏହି ଅନୁଷ୍ଠାନ ।


ସମସ୍ତଙ୍କୁ ସ୍ଵାସ୍ଥ୍ୟ ଯୋଗାଇବା

ଏ ବର୍ଷ ଏହାର ବାରତା

ସଭିଏଁ ମିଳିମିଶି ରଖିବା ଯଦି

ଶାନ୍ତି ମୈତ୍ରୀ ଓ ଏକତା

ଶାରୀରିକ ମାନସିକ ରୋଗୁ

ନିଶ୍ଚେ ହୋଇବା ମୁକତି

ନିରୋଗେ ରହିବା ସଭିଏଁ

ନିଶ୍ଚୟ ପାଇବା ଯେ ଶାନ୍ତି ।


ଦୁରାରୋଗ୍ୟ ମହାମାରୀ

ଆଦିକୁ ଆସ ଦେବା ଆମେ ହଟାଇ

ନିଶା ହିଂସା ଆଦି ଛାଡି

ରୋଗ ଦେବା ଦୂରେଇ

ଖାଦ୍ୟ ଓ ପାନୀୟ ପରେ

ଦେବା ଆମେ ଧ୍ୟାନ

ସ୍ବଚ୍ଛ କରିବା ଆମ ହୃଦୟ ଓ ମନ ।


ପରିବାର ପରିବେଶ ସୁରକ୍ଷା

ଆମ ସଭିଙ୍କର ଦାୟିତ୍ଵ

ଜଳ,ଜମି, ଜଙ୍ଗଲ,ଜନ,ଜନ୍ତୁ

ସମସ୍ତ ଙ୍କର କରିବାରେ ହିତ

ତେବେ ଆମ ପରିବାର ପରିବେଶେ

ରହିବ ଉତ୍ତମ ସନ୍ତୁଳନ

ପ୍ରାକୃତିକ ଭାବେ

ଆମ ସ୍ବାସ୍ଥ୍ୟ ସେବା ହୋଇବ ସାଧନ ।


ନୀତି ନୈତିକତାରେ ଯେବେ

ଆମେ କାଟିବା ଜୀବନ

ଯଦି ନ କରିବାକୁ ଦେବା

ଆମ ସାମାଜିକ ଅଧପତନ

ବିତେଇବା ସରବେ ଯଦି

ନିରାମୟ ନିଷ୍ପାପ ସରଳ ଜୀବନ

ସ୍ଵାସ୍ଥ୍ୟ ସେବା ପହଞ୍ଚିବ

ଆମ ସଭିଙ୍କର ଘରେ ଘରେ ଜାଣ

ଆସ ଆମେ ହୋଇ ସଚେତନ

ସ୍ଵାସ୍ଥ୍ୟ ସମ୍ପଦର ସୁରକ୍ଷା କରିବା ସାଧନ।


ଅହଂକାର, ଦ୍ୱେଷ, ହିଂସା

କରି ପରିତ୍ୟାଗ

ସଭିଏଁ ସଭିଙ୍କୁ କରିବା ସହଯୋଗ

ନ ଥିବ ଅଶାନ୍ତି ନ ଥିବ ରୋଗ

ହୃଦଘାତ, ମଧୁମେହ ସମୂଳେ

କରିଦେବା ନାଶ

ବୃକ୍ଷ ରୋପଣ କରି

ଗଢିବା ଆମ ସୁନ୍ଦର ପରିବେଶ

କରୋନା, ଅଂଶୁଘାତକୁ କରିବା ବିନାଶ

ହସିବ ଆମ ବିଶ୍ଵ

ହସିବ ଆମ ପରିବେଶ

ସମସ୍ତଙ୍କ ଘରେ ଘରେ ପହଞ୍ଚିବ

ଆମ ସ୍ଵାସ୍ଥ୍ୟ ସେବା

ଆଜିର ଦିବସେ

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ବାରତାକୁ

ମିଳିମିଶି ସଭିଏଁ ସଫଳ କରିବା

ମାତୃ ମୃତ୍ୟୁହାର ସାଙ୍ଗକୁ

ଶିଶୁ ମୃତ୍ୟୁ ହାର

ମାନସିକ ବିକୃତିକୁ

ମାନସିକ ବିକଳାଙ୍ଗ ହାର

ଦେଶୁ ଓ ବିଶ୍ଵୁ ଆସ ଆସ

ଭାଇ ଆମେ କରିଦେବା ଦୂର ।


ଆସ ଆଜି ଆମେ କରିବା ସଂକଳ୍ପ

ସ୍ଵାସ୍ଥ୍ୟ ସମ୍ପଦର କିଛି ନାହିଁ ରେ ବିକଳ୍ପ

ସମଗ୍ର ବିଶ୍ବକୁ ଭାବିବା ଆମ ମାତୃଭୂମି

ଯୁଦ୍ଧ ହିଂସାରେ ନ ମାତି

ବିଶ୍ଵ ସମୁଦାୟକୁ ନ କରିବା ମରୁଭୂମି

ଭାଇଚାରାରେ ସଭିଏଁ ଚଳିବା ଆସ

ସଭିଙ୍କ ମୁଖରେ ଫୁଟାଇବା ହସ

ସରସ ସୁନ୍ଦର କରି ଗଢିବା ବିଶ୍ଵ

ହଟାଇ ରୋଗ ଦୁଃଖ ଶୋକ

ସମସ୍ତଙ୍କୁ ଯୋଗାଇ ସ୍ଵାସ୍ଥ୍ୟ ସେବା

ପାଳିବା ଖୁସିରେ ଆସ

ଏ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ।



Rate this content
Log in

Similar oriya poem from Abstract