STORYMIRROR

Prabhati Mahapatra

Tragedy Inspirational Others

4  

Prabhati Mahapatra

Tragedy Inspirational Others

ବିଶ୍ଵ ମାତୃଭାଷା ଦିବସ

ବିଶ୍ଵ ମାତୃଭାଷା ଦିବସ

1 min
389

ମା' ର ପରଶେ ମା'ର ଆଶିଷେ

ସନ୍ତାନ ଗୌରବମୟ

ମା' ର ପଣତ ଶୀତଳ ଜୋଛନା

ନାହିଁ ପରାଜୟ ଭୟ ।


ପହିଲା ଆଲୋକ ଦେଖାଏ ଜନନୀ

ମୁହୁର୍ମୁହୁ ଦୁଗ୍ଧ ଦାନେ

ହେଉ ଜୀବ ଜନ୍ତୁ କିବା ବୃକ୍ଷ ଲତା

ଜୀବିତ ରୁହନ୍ତି ପ୍ରାଣେ ।


ଧୀରେ ଧୀରେ ମୁଖେ ଭୁଞ୍ଜାଇ ଭୋଜନ

ଓଠେ ଭରି ଦିଏ ହସ

ସେ ଓଠ ସାଗର ଭାଷାର ଭଣ୍ଡାର

ସୁଧା ଝରେ ପୋଷ ପୋଷ ।


ଶିକ୍ଷା ଦୀକ୍ଷା ଜ୍ଞାନ ମାତୃ ଅବଦାନ

ଭୁଲି କି ପାରିବେ ଜନ

ତାଙ୍କରି ଚରଣେ କୋଟି ନମସ୍କାର

ଶୁଭେ ଯାଉ ଆମ୍ଭ ଦିନ ।


ଓଡ଼ିଶାରେ ଜନ୍ମି ମିଛେ ହେଉ ଭ୍ରମି

ଇୟୁରୋପୀୟଙ୍କ ଦିଗେ

ଇତିହାସ ପୃଷ୍ଠା ଲୋତକ ଝରାଇ

ସନ୍ଦେହରେ ପଡ଼ି ଭାବେ ।


ମଧୁବାବୁ ଡାକ ବାଜୁ ନାହିଁ କାନେ 

ଜାଗ୍ରତ ଜନତା ପାଇଁ

ଗ୍ରାମରୁ ସହର ମିଛ ମୟା ପଛେ

ନିରନ୍ତର ଧଇଁ ସଇଁ ।


ଲୋକ ଦେଖାଣିଆ ପାଳନ ଚଳନ

ଓଡ଼ିଆ ଭାଷାକୁ ତ୍ୟାଗୀ

ସ୍ଥାଣୁ ପାଲଟିଛି ଓଡ଼ିଶାର ଭାଷା

ମୁର୍ଖ ସାଜିଛନ୍ତି ଯୋଗୀ ।


ଫେରାଇ ଆଣ ହେ କ୍ଷମତା ବଳରେ

ସୀମାନ୍ତରୁ ରାଜ୍ୟ ଅଂଶ

ଓଡ଼ିଆ ପ୍ରାଣରେ ଭରି ଦିଅ ଥରେ

ମାତୃ ଦିବସରେ ହସ ।


ଅତୀତରେ କେତେ ସ୍ବାଧୀନ ସଂଗ୍ରାମୀ

ଭାଷା ଆନ୍ଦୋଳନ କରି

ସୌଭାଗ୍ୟକୁ ଏହି ଦିବସ ଆଣିଲେ

ମମତାର ମୂଲ୍ୟ ଧରି ।


ସେହି ଦିନ କଥା ମନରୁ ପାଶୋରି

ଡାକୁଛେ ଶୁଖିଲା ଡାକ

ପଣ୍ଡିତଙ୍କ ସ୍ବର ଦାବିକି ଉଠିଲେ

କେତେ ଯେ ଅବୋଧ ଭେକ ।


ପିଲା ଚାଲି ଗଲେ ଇଂଗ୍ରାଜୀ ବୋଲିବେ

ପିତା କଲେ ଆନ୍ଦୋଳନ

ଧନ୍ୟ ମୋ ଓଡ଼ିଶା ଧନ୍ୟବାଦ ନାହିଁ

କରନ୍ତି କଂଗ୍ରାଚୁଲେସନ ।


Rate this content
Log in

Similar oriya poem from Tragedy