ବିଶ୍ୱକଲ୍ୟାଣେ
ବିଶ୍ୱକଲ୍ୟାଣେ
ତୁମେ ରଥ ପଥ ଜଗନ୍ନାଥ
ଦେଖିବାକୁ ରଥ କାହିଁ କେଉଁ ପଥ
ଆସିଛନ୍ତି ଦୁଃଖ କଷ୍ଟେ ଭକତ
ପାଇବାକୁ ପଥ ଦେଖିବାକୁ ରଥ
ଗୋଡ଼ରେ ନଥାଉ ବଳ ପର୍ଯ୍ୟାପ୍ତ
ତୁମ ରଥ ଯଦି କରେ ଆହାତ ଭକତ
କିଏସେ କାହିଁକି କହିବ ତୁମକୁ ମୁକ୍ତି ପଥ
ଭକତ ପରା ତୁମ ଆଶ୍ରିତ
ଯାହାତ ଦେଇଛ ଦାନା କନା କରି ଆଶ୍ରିତ
ରହିଲେ ଗୋଡ଼ ହାତ ମଣିଷ ରଥ
କେମିତି ଚାଲିବେ କହିବେ ଭରସା
ଏକା ଆହା ସାହା ରାହା ଜଗତନାଥ
ତଥାପି କୁହନ୍ତି କେତେ ଭାବେ ଭକତ
ରାଗିଛକି ଠାକୁରେ ଖୋଲି କୁହତ
ସ୍ନାନ ପୂର୍ଣ୍ଣମୀ ଦିନ ବାହାନଗା ଠାରେ ଭକ୍ତ ଆହତ
ତୁମେ ଚାହିଁଥିଲେ ରଖିପାରିଥାନ୍ତ ଫେଡ଼ି ଆରତ
କିଏସେ କାହିଁକି କହିବ କୁହ ହେ ତୁମେ ଦୀନନାଥ
ଅଢେଇ ଦିନ ବଞ୍ଚିବା ଭିତରେ ଭାଗ୍ୟ ବିଧୌତ
ବିଧାତାଙ୍କ କୋପ ବହୁତ
କଳି କାଳେ କାହିଁ ନିଷ୍ଠୁର ହୁଅ କୁହ ଜଗତନାଥ
ନିଜେ ରକ୍ଷକ ହୋଇ ଭକ୍ଷକ ହେଲେ
ରହିବକି ତୁମ୍ଭ ମାନ ମହତ
ଦେଇଛ ବହୁତ ସୁଖ ଅପର୍ଯ୍ୟାପ୍ତ
ଅପରକୁ ଦିଅ ଆଶୀର୍ବାଦ କରି ଆପ୍ଲୁତ
କରୁଛି ତୁମରି ପଦ ଧୌତ
ଦୁଃଖ ଫେଡ଼ି ଦୁଃଖିରେ କର ଯୋଗ ଅଦ୍ଭୁତ
ସେ ଲଭୁ ପରମାତ୍ମାଙ୍କ କରୁଣା
ବାରି ହୋଇ ଆଦୃତ,କରନା ଅନାଥ
ଏ କଳି ଯୁଗରେ ପରୀକ୍ଷା ନିଅନା
ପ୍ରଭୁ ଦିଅନା କଷ୍ଟ ଅପର୍ଯ୍ୟାପ୍ତ
ନିଜେ ତ ନିଜକୁ ଚଳାଇ ଭକତ ପାଉ
ଟିକେ କରୁଣା ଲଭି ତୁମକୁ କରି ଆଦୃତ
ଦାସିଆ ନହେଉ ଭକତି ନଥାଉ ଧାଇଁ ସେ ଆସିଛି
ଦେଖିବ ରଥ ପରେ ଜଗନ୍ନାଥ ଦେଖେଇବେ
ଆଉ କୋଉ ଜୀବନ ପଥ ଶୁଶ୍ରୁତ ।
