Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Classics Inspirational Others

4  

Chittaranjan Nanda

Classics Inspirational Others

ବିଶ୍ୱ ଜଗତକୁ ହସାଇ ଦେବା

ବିଶ୍ୱ ଜଗତକୁ ହସାଇ ଦେବା

1 min
221



କରୁଛ ଭିଡ଼ ଧର୍ମ ଧର୍ମ କହି ଗୀର୍ଜା, ଗୁରୁଦ୍ୱାର, 

ମନ୍ଦିର, ମସଜିଦରେ 

ଧରଣୀ ବକ୍ଷରେ କରିବାକୁ ରକ୍ତପାତ ଶିଖିଛ

କେଉଁ ଧରମ ଗ୍ରନ୍ଥରେ |୧|


ରକତ ରଙ୍ଗ ତ ନାଲି, ହୁଅ ତୁମେ ହିନ୍ଦୁ ବୌଦ୍ଧ

ମୁସଲମାନ କିବା ଖ୍ରୀଷ୍ଟିଆନ,

ମାଟି ପାଣି ପବନ ଦେଖାଏ ନାହିଁ ତ କାହାର 

ପ୍ରତି ଭେଦଭାବର ମନ |୨|


ରକ୍ତ ବୁନ୍ଦେ ଚାହଁ ରୋଗୀ ହୋଇ ଯେବେ,

ଦେଖ କି କିଏ ସବର୍ଣ୍ଣ ଓ ଅସବର୍ଣ୍ଣ

ତେବେ, କାହିଁକି ଦେଉଛ ମଣିଷ ମଣିଷ ମଧ୍ୟରେ

ଜାତି ଓ ଧର୍ମକୁ ପ୍ରାଧାନ୍ୟ ? |୩|


ସ୍ୱାର୍ଥପରତାରେ ଧର୍ମ ନାମେ, ମଣିଷ ମନଟା

ହୁଏ ପଶୁଠାରୁ ହୀନ କ୍ରୁର

ନରହେ ଦୟା, କ୍ଷମା, ଅହିଂସା, ମଣିଷ ହୃଦୟେ,

ତୁଚ୍ଛା ନିଶା ଗର୍ବ ଅହମିକାର |୪|


ଜାତି ଧରମ ନାମେ ମଣିଷ ମାରୁଛି ମଣିଷକୁ,

ସେ ପାଇଁକି ମନରେ ନାହିଁ କେବେ ଚିନ୍ତା

କହୁଛ ଧାର୍ମିକ,ତୁମେ କୁଆଡୁ ଗାଇବ ବିଶ୍ୱରେ ସର୍ବେ ଭବନ୍ତୁ ସୁଖୀର ଶୁଭ ବାର୍ତ୍ତା l୫l


ଘଟିଯାଉଛି ପ୍ରତିକ୍ଷଣ ଆବର୍ତ୍ତନ ବିବର୍ତ୍ତନ

ହୃଦୟରୂପୀ ଶଙ୍ଖ ମଲମଲ ଚିକ୍କଣ ପଥରରେ

ଦୁଷ୍ଟ ସାମ୍ପ୍ରଦାୟିକ ଭାବନା ସ୍ପନ୍ଦନର ଆଢୁଆଳେ 

ସଂଘଟିତ ହୁଏ , ଅବଚେତନତାରେ |୬|


ସେ ଭାବନା ଠେଲେ ଆବେଗତାର ଛନ୍ଦେ ଛନ୍ଦେ 

ମଣିଷକୁ ସପନର ଦୁଷ୍ଟ ରଙ୍ଗ ମହଲକୁ

ଘାତ ପ୍ରତିଘାତ କ୍ରିୟା ପ୍ରତିକ୍ରିୟା ମାଧ୍ୟମରେ ନିଷ୍ଠୁରତା ଭାବ ସୃଷ୍ଟି କରି ଜନମ ଦିଏ ଏକ ପାଷାଣ୍ଡକୁ |୭|


ଦୁଷ୍ଟ ସାମ୍ପ୍ରଦାୟିକ ଦଙ୍ଗାକାରୀ ମଣିଷ ତା'ର ଦୁଷ୍ଟ

ଭାବନାକୁ ପ୍ରଚାର କରନ୍ତି ସମାଜରେ

ବିଭାଜନ କରିବାକୁ ଚାହାଁନ୍ତି, ସେ ଭାବନା ପ୍ରବେଶ କରୁ ଆମ ମାନଙ୍କ ଭିତରେ |୮|


ଜାହ୍ନବୀରୂପୀ ଜୀବନ ଧାବମାନ,

ତା'ର ସ୍ରୋତପଥ ସଦା ଶିଳାମୟ ଓ ବନ୍ଧୁର ପ୍ରବାହିତ

ହୋଇ ପାରିବ ଅବାଧରେ, ଚାଲିଲେ ମନେ

ଥାଇ ଏକ ଲକ୍ଷ୍ୟ ଧୈର୍ଯ୍ୟ ସହିତ |୯|


ଛୋଟଜାତି ବଡ଼ଜାତି ଆମ ଧରମ ଅନ୍ୟ ଧରମଠୁ

ବଡ଼ ଆମ ଦେଶରେ କେବେ ନ ମଣିବା 

ସୁନ୍ଦର ଜଗତେ ଭାଇଚାରା ଭାବ ବଜାଇ ରଖିବା

ଓ ସାରା ବିଶ୍ୱ ଜଗତକୁ ହସାଇ ଦେବା। |୧୦|



Rate this content
Log in

Similar oriya poem from Classics