ବିଶ୍ଵ ଇତିହାସ
ବିଶ୍ଵ ଇତିହାସ
କବିତା - ବିଶ୍ଵ ଇତିହାସ
ରଚନା - ପଞ୍ଚାନନ ଜେନା
ତାରିଖ -୧୭-୦୧-୨୦୨୬
++++++++++++++++
ଗୀତାର ଗୋଟେ ନୀତିବାଣୀ
ମନେ ପଡିଗଲା ଅଚାନକ
ସକାଳ ଚଲାବୁଲା ସମୟେ ସରଣୀ
ଯେବେ ବାଣୀ ମୌନ ହୁଏ ମନ କଥା କହେ
ଯେବେ ମନ ମୌନ ହୁଏ ବୁଦ୍ଧି କଥା କହେ
ଯେବେ ବୁଦ୍ଧି ମୌନ ହୁଏ ଆତ୍ମା କଥା କହେ
ଯେବେ ଆତ୍ମା ମୌନ ହୁଏ ପରମାତ୍ମା ସହ ସାକ୍ଷାତତାର ହୁଏ
ଆଖିରେ ଆଖିଏ ଦଣ୍ଡବତ
ମୁଣ୍ଡ ଆପେ ଆପେ ନଇଁ ଯାଉଥିଲା
ତୁଣ୍ଡ ବି ତୁନି ପଡିଥିଲା
ମୂକ ତାଲା କେତେବେଳୁ କେତେକାଳୁ ଝୁଲୁଥିଲା
ଅବୁଝା ଡାମରା କାଉ ପରି
ଆମେ ହେଉ ରାଉ ରାଉ
ନବୁଝି ନଶୁଝି ଛୁଆଳ ସିଂହ ପରି
ବଳିୟାର ସିଂହ ପରି ଝପଟି ପଡୁ ମହାବାହୁ
ଆମକୁ ଗଜମୂର୍ଖ ମହାମୂର୍ଖ
କହିଲେ ବି
ଚଳିବନି
ଅଭିଧାନକୁ ଛୋଟ ମୋଟ
ଲାଜ ସରମ ଲାଗିବ ଯେସନ ବହ୍ନି
ଆମେ ସବୁ ପଣ୍ଡୁଆ ପାଣି କଖାରୁ
ଖାଲି କୋରା ହେବାକୁ ବଡି ପାଇଁ
କଟା ହେବାକୁ ଆମ୍ବୁଳିଆ କାଞ୍ଜି ପାଇଁ
ହାଣ ଖାଇବାକୁ ଦଶହରା ସନ୍ଧି ପୂଜା ପାଇଁ
ଜନ୍ମ ନେଇଛୁ ଯେପରି ସେପରି ପଦାତିକ ସଇନି
ପୁଣି ମନକୁ ଆସିଲା
ଆମେ ପରା ଅମୃତସ୍ୟ ପୁତ୍ରା
ଆମେ ପରା ମାଟିର ମଣିଷ ଭଦ୍ରା
ଆମର ସ୍ୱାଭିମାନ କାହିଁ ନୀଳବର୍ଣ୍ଣ ଶୃଗାଳ ପ୍ରାୟ ?
ଆମର ମେରୁଦଣ୍ଡ ଭିତରେ କାହିଁ ଏତେ ଡରଭୟ ?
ଆମର ଆତ୍ମବଳ ହେଉ ଆତ୍ମବିଶ୍ୱାସ
ମନୋବଳ ଦୃଢୀଭୂତ ହେଉ
ବୁଦ୍ଧିବଳ ଏକୀକୃତ ହେଉ
ଭକ୍ତି ଶକ୍ତି ପୁଞ୍ଜିଭୂତ ହେଉ
ଆମର ଜ୍ଞାନ ବିଜ୍ଞାନ ରଚି ପାରିବ ବିଶ୍ଵ ଇତିହାସ
