STORYMIRROR

Sunanda Mohanty

Action Classics Thriller

3  

Sunanda Mohanty

Action Classics Thriller

ବିଶ୍ୱାସ ସରହଦ

ବିଶ୍ୱାସ ସରହଦ

1 min
173

ସର୍ବଶ୍ରେଷ୍ଠ ଅତିଥି ତୁମେ

ଜୀବନ ଅଧା ବାଟରେ

କୃତଜ୍ଞତା ଅନେକ ଅନେକ

ଅନୁଭବ ଅନୁରାଗରେ 

ସର୍ବଶ୍ରେଷ୍ଠ କଳାକାର

ପ୍ରକୃତ ମହନୀୟତାରେ

କି ଦେଇ ପାରିଥାନ୍ତି ଆଉ

ଖାଲି ପୂଜିଛି ଚନ୍ଦନ ତୁଳସୀ ମହକରେ

ଦିନର ସୂର୍ଯ୍ୟ ତୁମେ ଚନ୍ଦ୍ରମା ନୀଳଆକାଶରେ

ଗଣିବାକୁ ପଦଚିହ୍ନ ସମୁଦ୍ର ବାଲିରେ

ହାରିଛି ହରାଇଛି ସତ୍ତା ମୋ ନିଜ ଭିତରେ

ତୁମ ମମତା ଭରା ଚାହାଣୀରେ

କେବେ କେବେ ଇଚ୍ଛାହୁଏ ଇଚ୍ଛାମାନେ

ମିଶିଯାନ୍ତେ କି ବିନା ସର୍ତ୍ତ ଓ ସ୍ୱାର୍ଥରେ 

ମୁଗ୍ଧ ନୟନ ତୁମ ବାଙ୍କ ଚାହାଣୀରେ

ଇଚ୍ଛାହୁଏ ମରି ପୁଣି ଜିଇବାକୁ ଆଉଥରେ

ଆବେଗ ଓ ଉଦ୍ଦୀପନା ଥାଏ ବୋଲି ପ୍ରେମରେ

କେମିତି ବୁଝିଥାନ୍ତି ତୁମ ବିନା ସ୍ୱାକ୍ଷରରେ

ତୁମ ହସ୍ତଲିପି କିବା ତୁମ ଚାହାଣୀ

ଭକ୍ତି ଅର୍ଘ୍ୟ ଜାଳି ଏବେବି ଅପେକ୍ଷା କରେ

ଏତେ କଟକଣା ଭିତରେ ଦେଖାହେବ

ଭାବୁନି ମୁଁ ସ୍ୱପ୍ନରେ ଥରେ ବାରେ

ତୁମେ ତ ରହିଛ ହୃଦୟ କନ୍ଦରେ 

ଅସମାହିତ ପ୍ରଶ୍ନର ଉତ୍ତର ବିଶ୍ୱାସରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action