ବିଶ୍ୱାସ ସରହଦ
ବିଶ୍ୱାସ ସରହଦ
ସର୍ବଶ୍ରେଷ୍ଠ ଅତିଥି ତୁମେ
ଜୀବନ ଅଧା ବାଟରେ
କୃତଜ୍ଞତା ଅନେକ ଅନେକ
ଅନୁଭବ ଅନୁରାଗରେ
ସର୍ବଶ୍ରେଷ୍ଠ କଳାକାର
ପ୍ରକୃତ ମହନୀୟତାରେ
କି ଦେଇ ପାରିଥାନ୍ତି ଆଉ
ଖାଲି ପୂଜିଛି ଚନ୍ଦନ ତୁଳସୀ ମହକରେ
ଦିନର ସୂର୍ଯ୍ୟ ତୁମେ ଚନ୍ଦ୍ରମା ନୀଳଆକାଶରେ
ଗଣିବାକୁ ପଦଚିହ୍ନ ସମୁଦ୍ର ବାଲିରେ
ହାରିଛି ହରାଇଛି ସତ୍ତା ମୋ ନିଜ ଭିତରେ
ତୁମ ମମତା ଭରା ଚାହାଣୀରେ
କେବେ କେବେ ଇଚ୍ଛାହୁଏ ଇଚ୍ଛାମାନେ
ମିଶିଯାନ୍ତେ କି ବିନା ସର୍ତ୍ତ ଓ ସ୍ୱାର୍ଥରେ
ମୁଗ୍ଧ ନୟନ ତୁମ ବାଙ୍କ ଚାହାଣୀରେ
ଇଚ୍ଛାହୁଏ ମରି ପୁଣି ଜିଇବାକୁ ଆଉଥରେ
ଆବେଗ ଓ ଉଦ୍ଦୀପନା ଥାଏ ବୋଲି ପ୍ରେମରେ
କେମିତି ବୁଝିଥାନ୍ତି ତୁମ ବିନା ସ୍ୱାକ୍ଷରରେ
ତୁମ ହସ୍ତଲିପି କିବା ତୁମ ଚାହାଣୀ
ଭକ୍ତି ଅର୍ଘ୍ୟ ଜାଳି ଏବେବି ଅପେକ୍ଷା କରେ
ଏତେ କଟକଣା ଭିତରେ ଦେଖାହେବ
ଭାବୁନି ମୁଁ ସ୍ୱପ୍ନରେ ଥରେ ବାରେ
ତୁମେ ତ ରହିଛ ହୃଦୟ କନ୍ଦରେ
ଅସମାହିତ ପ୍ରଶ୍ନର ଉତ୍ତର ବିଶ୍ୱାସରେ ।