Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ବିରଙ୍ଗନା

ବିରଙ୍ଗନା

1 min
9



ଲକ୍ଷ୍ମୀ ନାମ ବହି ଦୁର୍ଗା ର ଭୂମିକା

ସାକ୍ଷୀ ଅଛି ଇତିହାସ

ଘୋଡ଼ା ଚଢ଼ି ଅଶୀ ଚାଳନା ସହିତ

ଥିଲା ଅଦମ୍ୟ ସାହସ

ଭାରତର ସ୍ଵାଧୀନତା ଆନ୍ଦୋଳନ

ଅବ୍ୟବହିତ ପୂର୍ବରୁ

ଭାରତୀୟ ନାରୀ ପରାକାଷ୍ଠା କଥା

ଶତ୍ରୁ ଭୁଲିନି ମନରୁ

ଝାନ୍ସି ରାଜ ସିଂହାସନ ବିପଦରେ

ଦ୍ଵାର ଦେଶେ କରାଘାତ 

ଭୁଲି ଯାଇ ନିଜର ସକଳ ଦୁଃଖ

ଯୁଦ୍ଧ କ୍ଷେତ୍ରରେ ପ୍ରସ୍ତୁତ

ନିଜ ଦେଶ ମାତୃକା ସେବାରେ ପ୍ରାଣ

ଦେବାପାଇଁ କରି ପଣ

ରାଣୀ ଲକ୍ଷ୍ମୀ ବାଇ ହେଲେ ଅଗ୍ରସର

ଖଡଗ୍ କଲେ ଧାରଣ

ସାହସ ନ ହରାଇ ଲଢ଼ିବା ପାଇଁ

ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ

ମନୋବଳ ଦୃଢ଼ କରି ଯୁଦ୍ଧ ନୀତି

ଆପଣାଇଲେ ତ୍ୱରିତ

ଦୀର୍ଘ ଦିନର ସଂଘର୍ଷ ଅନ୍ତରାଳେ

ବୀର ଗତି ହେଲା ପ୍ରାପ୍ତ

ଝାନ୍ସି କୁ ଯିଏ ଚିହ୍ନି ଥିଲା ହୃଦୟେ

ଝାନ୍ସି ଜାଣିଲା ତ୍ୱରିତ


ପିଲା ଦିନୁ ମାଆ ଛେଉଣ୍ଡ ଯନ୍ତ୍ରଣା

ବାଲ୍ୟ ବୟସ ବିବାହ

ଅଳ୍ପ ଦିନେ ସ୍ଵାମୀଙ୍କ ନିଧନ ପରେ 

ସନ୍ତାନ ମରଣ କୋହ

ଜୀବନ ପ୍ରାୟତଃ ଯନ୍ତ୍ରଣାରେ ପୂର୍ଣ୍ଣ 

ପୁଣି ରାଜ୍ୟ ଆକ୍ରମଣ

ରଣ ଚଣ୍ଡୀ ବେଶ ଧରି ଯୁଦ୍ଧ କ୍ଷେତ୍ରେ

ଆପେ ହେଲେ ଅବତୀର୍ଣ୍ଣ

ଶିଶୁ ସନ୍ତାନ କୁ ଅଣ୍ଟାରେ ଗୁଡାଇ

ଅଶ୍ୱ ପୃଷ୍ଠେ ଧରି ଅଶୀ

ବିରତ୍ୱ ସାହସ ଦେଖିଛି ଏ ମାଟି

ପ୍ରଶଂସା କରେ ଭୂୟସୀ

ସ୍ତ୍ରୀ ପୁରୁଷର ଭିନ୍ନତା ଚ୍ଛିନ୍ନ କରି

ନାରୀ ଜାତି ପାଇଁ ଶିକ୍ଷା

ଅବଳା ଦୂର୍ବଳା ଆଦୌ ନୁହେଁ ସତ 

ନିଜେ ନିଜର ସୁରକ୍ଷା

ବିରଙ୍ଗନା ନାମେ ପରିଚିତ ଆଜି

ଏ ମାଟି ଗାଉଛି ଗାଥା

ଧନ୍ୟ ତୁମ ବଳିଦାନ ଅବଦାନ

ଆପେ ନଇଁ ଯାଏ ମଥା



Rate this content
Log in

Similar oriya poem from Abstract