ବିରଳ ଜୀବନ
ବିରଳ ଜୀବନ
ପୂନ୍ୟ ବଳୁ ତୋର ବିରଳ ଜୀବନ
ନାହିଁ ଟା ଏହୁ ଅନନ୍ତ,
ମୃତ୍ୟୁ ଲୋକେ ଯହିଁ ଜନମ ତାହର
କର୍ମ ହି ରୁହେ ଅନନ୍ତ।
ନର କାର୍ଯ୍ୟ କଲେ ସୁନାମ ଅର୍ଜିବୁ
ଆଦର ହେବ ତହର,
ଦାନବ କାର୍ଯ୍ୟରେ କଳଙ୍କିତ ହେବୁ
ହେବ ତିରସ୍କାର ତୋର।
ଗର୍ବ ଅହଂକାର ହୃଦେ ରଖିଅଛୁ
ଅଜ୍ଞାନୀର ବ୍ୟବହାର,
ହୀନଭାବୁ ଜନେ ନକରି ଆଦର
ଧନର ଗର୍ବ କି ତୋର।
କରି ଭ୍ରଷ୍ଟାଚାର ଧନ ଅର୍ଜି ଅଛୁ
ଗର୍ବ କି ତାହରି ପାଇଁ,
ପାପ କରୁଅଛୁ ପର ଧନ ଲୁଟି
ଏସବୁ କାହାର ପାଇଁ।
ଜନ୍ମ ମୃତ୍ୟୁ ଲୋକେ ମରଣ ଅବଶ୍ୟ
ମୃତ୍ୟୁ ର ସମୟ ନାହିଁ,
କାହିଁ ମୃତ୍ୟୁ ହେବ କିପରି ଟି ହେବ
ଠିକଣା ସ୍ଥାନର କାହିଁ।
ଆଜି ଅଛୁ ତୁହି କାଲି ନଥିବୁରେ
ସ୍ବପ୍ନେ କିଆଁ ରହୁ ଅଛୁ,
ଧନ ସମ୍ପତ୍ତିର ଗର୍ବ କରୁ କିମ୍ପା?
ସଙ୍ଗେ ନଯିବରେ କିଛି।
ବାହୁବଳ ଭାବି କୁଟୁମ୍ବେ ଗର୍ବିତ
ସଙ୍ଗେ ନଯିବେଟି କେହୁ,
କଲେ ଭଲକର୍ମ ନାମରହିଥାନ୍ତା
ସ୍ମୃତି ରହି ଥାନ୍ତା ସେହୁ।
ବିରଳ ଜୀବନ ସତ୍ୟପଥ ପରା
ଥିବ ଅହିଂସାର ମନ୍ତ୍ର,
କରି ପରିଶ୍ରମ ଗୃହର ପାଳନ
ଅଟେଟି ଗୃହସ୍ତା ମନ୍ତ୍ର।
ରାଷ୍ଟ୍ର ସେବା ଯହିଁ ଅମୂଲ୍ୟ କର୍ତ୍ତବ୍ୟ
ରାଷ୍ଟ୍ରସେବା ଜନସେବା,
ମନ୍ତ୍ର ଗୁଞ୍ଜୁ ଥାଉ ହୃଦୟର କଣେ
ଥାଉ କାଳିଆର ସେବା।
ତେବେହିଁ ସାର୍ଥକ ବିରଳ ଜୀବନ
ମୃତ୍ୟୁଲୋକେ ଜନ୍ମହୋଇ,
ନହେଲେଟି ଏହୁ ବୃଥା ଜୀବନଟା
ମନୁଷ୍ୟେ ଜନମେ ଭାଇ।
ଏଣୁ ସତ୍ୟପଥ ମନୁଷ୍ୟ ଜୀବନ
କର୍ମଧ୍ୟାନେ ଅନୁକ୍ଷଣ,
ବିରଳ ଜୀବନ କର୍ମପଥ ପରା
କର୍ତ୍ତବ୍ୟରେ ଅନୁକ୍ଷଣ।
ଜନକଲ୍ୟାଣରେ ରହୁ ନିତ୍ୟେ ମନ
ରହୁ ମାତୃଭାଷା ଧ୍ୟାନ,
ଦାନବ କାର୍ଯ୍ୟକୁ ପରିତ୍ୟାଗ କରି
ରହୁ ଧର୍ମ ପ୍ରତି ମନ।