ବିରହରେ
ବିରହରେ
ଜହ୍ନ ଆଜି ରହେ ସୁଦୂର ଆକାଶେ
କଇଁ ପୋଖରୀ ରେ ଆହା
ବିଧାତା ଆମର ମିଳନ ଲେଖିନି,
ଜୀବନ ବିରହେ ସ୍ଵାହା
ତୁମେ ଆଜି ଅଛ ସୁଦୂର ରେ ଏକା,
ଏକାକୀ ଏଠାରେ ମୁଁ
କେମିତି ବଞ୍ଚିବି ବାକି ଦିନ ଏଠି,
ସୁଖ ତୁମ ସହ ଛୁଃ
ଦୁଃଖର ପରଳ ବେଳହୁଁ ଜଟିଳ,
ଆସ୍ତେ ଆସ୍ତେ ମାଡିଯାଏ
ପରଳ ନୁହେଁ ତ ଗରଳ ହେଇକି
ମୋ ଦେହରେ ଚରିଯାଏ
କବିତା ଲେଖିବା ଆଉ କି କହିବା
ମନ ତ ବୁଝୁନି ଆଉ,
ଫେରିବନି ଜାଣେ ତଥାପି ବି ମରେ
କଥା ଏତିକି ରେ ଥାଉ
ମିଳନ ତ ଆମ କପାଳରେ ନାହିଁ
ବିଧାତା ନିର୍ଦ୍ଦେଶ ମଣେ,
ଆଉ ଯଦି କିଛ ଭୁଲ୍ ମୋର ଅଛି
କ୍ଷମା କରିଦେବ ଜାଣେ