STORYMIRROR

Abhisek Mohapatra

Abstract

2  

Abhisek Mohapatra

Abstract

ବିରହରେ

ବିରହରେ

1 min
234

ଜହ୍ନ ଆଜି ରହେ ସୁଦୂର ଆକାଶେ

କଇଁ ପୋଖରୀ ରେ ଆହା

ବିଧାତା ଆମର ମିଳନ ଲେଖିନି,

ଜୀବନ ବିରହେ ସ୍ଵାହା


ତୁମେ ଆଜି ଅଛ ସୁଦୂର ରେ ଏକା,

ଏକାକୀ ଏଠାରେ ମୁଁ

କେମିତି ବଞ୍ଚିବି ବାକି ଦିନ ଏଠି,

ସୁଖ ତୁମ ସହ ଛୁଃ


ଦୁଃଖର ପରଳ ବେଳହୁଁ ଜଟିଳ,

ଆସ୍ତେ ଆସ୍ତେ ମାଡିଯାଏ

ପରଳ ନୁହେଁ ତ ଗରଳ ହେଇକି

ମୋ ଦେହରେ ଚରିଯାଏ


କବିତା ଲେଖିବା ଆଉ କି କହିବା

ମନ ତ ବୁଝୁନି ଆଉ,

ଫେରିବନି ଜାଣେ ତଥାପି ବି ମରେ

କଥା ଏତିକି ରେ ଥାଉ


ମିଳନ ତ ଆମ କପାଳରେ ନାହିଁ

ବିଧାତା ନିର୍ଦ୍ଦେଶ ମଣେ,

ଆଉ ଯଦି କିଛ ଭୁଲ୍ ମୋର ଅଛି

କ୍ଷମା କରିଦେବ ଜାଣେ    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract