STORYMIRROR

Sandhya Rani Panigrahy

Romance

3  

Sandhya Rani Panigrahy

Romance

ବିରହୀ ପ୍ରେମ

ବିରହୀ ପ୍ରେମ

1 min
4.5K


ଏତେ ବଡ ଆକାଶଟା

ଏକୁଟିଆ ତାରାଟା

ଆଖି ତରାଟି ଚାହୁଁଛି

ପୃଥିବୀଟାକୁ ଦେଖୁଛି

ଟିମ୍ ଟିମାତି ରାତିରେ

ସପନ ସାଉଁଟୁଛି ଉଜାଗରରେ

ଅଧା ପଲକ ବନ୍ଦ

ଅଧା ଖୋଲା ଉଲଂଘନ

ନିଷ୍ପଭ ଆଲୁଅରେ

ନିଜ ପରିଚୟ ଖୋଜୁଛି

କେଉଁ କୋଣରେ ବିସ୍ମିତ ହୋଇ

ମାଟିରୁ କିଛି ବାସ୍ନା ନେଇ

ହାଲିଆ ମନରେ ପ୍ରଶ୍ନ ଥୋଇ

ରାତି ସାରା ଉଜାଗର ରହି

ଶପଥ କରୁଛି

ବାରମ୍ବାର ଏ ପଥରେ

ଆକାଶରେ ଆଗମନରେ

ପ୍ରେମରେ ବିରହର

ପରିଚୟ ପ୍ରତୀକ୍ଷାର

ଅନ୍ଧାରରେ ଖୋଜି

ଆଲୁଅରେ ବାହୁଡି

ଜୀବନର ଅଧ୍ୟାୟରେ

ମୁଠାଏ ସୃତିର ଶୂନ୍ୟତାରେ

ଖୋଜୁଥାଏ ଭୂଗୋଳ ତାର

ଇତିହାସରେ ପ୍ରଥମ ଥର

ଦାର୍ଶନିକ ନିଜର ଭାବ

ଯୋଡି ହେଲେ ହୃଦୟ ସର୍ବ

‎ଝୁରେ ବର୍ଷେ ନିଜ ଗୀତି

‎କେତେ ଅଧୁରା ଅଧରାତି

ହୃଦୟର ପ୍ରେମ କଥା

‎ମନ ଗହନର ଏ ସମ୍ପର୍କଟା

‎ଉର୍ମି ଗହନରେ ଲେଉଟିଛି

‎ବିରହୀ ପ୍ରେମିକା ସାଜିଛି ।


Rate this content
Log in

Similar oriya poem from Romance