ବିପତ୍ତି
ବିପତ୍ତି
ମଣିଷ ସତରେ କେଡେ ଅସହାୟ ଭାବିଲେ ଲାଗଇ ଦୁଃଖ,
କେବେ ମାଡିଆସେ କୃତ୍ରିମ ବିପତ୍ତି କେବେ ପୁଣି ପ୍ରାକୃତିକ |
ସୁଅମୁହଁରେ ରେ ପତର ଭଳିଆ କେଉଁଆଡେଯାଏ ଭାସି,
ଡାହାଳ କୁକୁର ଝୁଣିଦେଲା ପରି ମାଡି ଆସଇ ବିପତ୍ତି |
କେବେ ଝଡି,ବଢ଼ି,ବନ୍ୟା,କରୋନା ଆସଇ ଧରଣୀପରେ,
ମଣିଷ ସତେକି ତୁଠପଥର ସେ ସହିଯିବ ଅବହେଳେ |
କରୋନା କରଇ ଗୃହବନ୍ଦୀ ତାକୁ ବତ୍ୟାକରେ ବାସହୀନ,
ବନ୍ୟାଆସିଲେ ହୋଇପଡେ ତାର ଦୁର୍ବିସହ ଜୀବନ |
ତଥାପି ମଣିଷ ବଞ୍ଚିରହିଛି ବଞ୍ଚିବି ରହିଥିବ,
ହାରିନାହିଁ ସିଏ ଜୀବନରେ କେବେ ଜିତୁଥିବ ଜିତୁଥିବ |
