STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ବିପଦ ହଟୁ ଅବହେଳେ ( କରୋନା-୭)

ବିପଦ ହଟୁ ଅବହେଳେ ( କରୋନା-୭)

1 min
222


କରୋନା କୁ ଡରି ଡରି ଘରେ ବସି ବସି

ଆଉ କେତେ ରୋଗ ମାଡିବସେ ଆସି ।।


ସାତଦିନ ବିତିଲାଣି ରକ୍ତ ସଞ୍ଚାଳନ 

ହେଉନାହିଁ ବସି ବସି କଟୁନାହିଁ ଦିନ ।।


ବସି ବସି ଝିମିଝିମା ରୋଗର ପ୍ରଭାବ

ଜୀବନେ ଭରୁଛି ସତେ ଚିଡିଚିଡା ଭାବ ।।


ବୟଷ ସାୟାହ୍ନେ ପ୍ରଥମ ୟେ ଅନୁଭୁତି

ଘରେ ଲୁଚି ବସିବାରେ ହଜିଯାଏ ବୁଦ୍ଧି ।।


ନିରବତା ବିରାଜିଛି ସଂସାର ଗୋଟାକ

ନିଛାଟିଆ ନିଛାଟିଆ ସର୍ବ ବିରାଜିତ ।।


ନିଶ୍ଚଳତା ଭରିଦେଇ ଅଜଣା ଅଶୁଣା

କାଳରାତ୍ରୀ ସମ ଆସି କରେ ବାଟବଣା ।।


ଗରୀବ ଗୁରୁବା ତଥା ଖଟିଖିଆ ପାଇଁ

ସରକାରୀ ସହାୟତା ହିସାବ ତ ନାହିଁ ।।


ମଧ୍ୟବିତ ପରିବାର କେତେ ହନ୍ତସନ୍ତ

ଦୁଃଖ ଯେପରି ତାଙ୍କର ଅଟେ ଅସମାପ୍ତ ।।


ସବୁଠୁ ଅବହେଳିତ ବ୍ରାହ୍ମଣ ସମାଜ

ଭୋଗୁଛନ୍ତି ଲୁଚାଇବି ଲୁଚୁନାହିଁ ଲାଜ ।।


ଦୁଃଖରେ ବି ମୁହେଁ ହସ ଫୁଟାଇ ହସନ୍ତି

ସବୁଠୁ ଅବହେଳିତ ଆଜି ଏହି ଜାତି ।।


ସହାହୁଅ ମହାପ୍ରଭୁ ଏ ସାରା ସଂସାରେ

ଆର୍ଶୀବାଦ ଦିଅ ବିପଦ ହଟୁ ଅବହେଳେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract