STORYMIRROR

pratap nayak

Abstract

3  

pratap nayak

Abstract

ବିନ୍ଦୁଏ ସିନ୍ଦୁର ..............

ବିନ୍ଦୁଏ ସିନ୍ଦୁର ..............

1 min
360

ପଥର ଦେହରେ ଟୋପାଏ ସିନ୍ଦୁର

ପଥର ଦେହରେ ଟୋପାଏ ସିନ୍ଦୁର

ଦେବତାର ଋପ ଦେଇ 

କର କେତେ ପୂଜା ସମ୍ଭାର

ହେଲେ 

 ମଥାରେ ମୁଣ୍ଡେଇ ତୁମରି ସିନ୍ଦୁର 

ଜୀବନକୁ ମୋର ଜଳାଜଂଳି ଦେଇ

ମୁଁ କରିଛି ନିଜକୁ ପଥର

 କରିଛି ନିଜକୁ ପଥର


ଠାକୁରାଣୀ କହି ସେହି ପଥରକୁ

 ଠାକୁରାଣୀ କହି ସେହି ପଥରକୁ 

ଧୂପ ଦୀପ ଯେତେ ନୈବେଦ୍ୟ ଦେଇକି

ପୂର୍ଣ୍ଣମୀ ସଂକ୍ରାନ୍ତି ପାଳିଛି

ମନାସୀ ତୁମର ସବୁ ଭଲମନ୍ଦ 

ଗରଳ ମୁଁ ନିଜେ ପିଇଛି

ସେହି ପଥରକୁ କହିଛି


କିନ୍ତୁ ତୁମେ ସତେ ବୁଝିଲନି ମତେ 

କିନ୍ତୁ ତୁମେ ସତେ ବୁଝିଲନି ମତେ

ଡେରିରେ ଘରକୁ ଫେରୁଛ

ପଚାରିଲେ ପଦେ କାରଣ ନକହି 

ଅସଭ୍ୟ ଭାଷାରେ ଗାଳିଦେଇ ମୋତେ

ନିଇତି ପୁଂଜାଇ ମାରୁଛ


ସାତଜନମକୁ ହାତ ଧରିଥିଲି   

 ସାତଜନମକୁ ହାତ ଧରିଥିଲି 

ସଂସାରକୁ ତୁମ ବାହି ନେଉଥିଲି 

ଭୋକିଲା ପେଟରେ ଚିରା ଲୁଗାରେ ମୁଁ

ଆଉ ତ ପାରୁନି ସହି

ଯା ପାଖେ ଯାଉଛ 

ମଦିରା ନାମରେ ବିଷକୁ ପିଉଛ 

ତୁମ ସିନ୍ଦୁରରୁ ମୁକ୍ତ କରି ମତେ 

ସେହି ସିନ୍ଦୁରକୁ

ତାକୁ ଦେଇଦିଅ ଯାଇ 

କୁଣ୍ଠା ମୋର ଟିକେ ନାହିଁ

ଅମାନିଆଁ ହେବିନାହିଁ


ମନ ଫରୁଆରେ ସାଇତି ରଖିଛି 

ମନ ଫରୁଆରେ ସାଇତି ରଖିଛି 

ତୁମେ ଦେଇଥିବା ମୋତେ 

ତୁମର ପ୍ରଥମ ସିନ୍ଦୁର

ମଲାପରେ ମୋର ଶବାଧାର ବାଟେ

 ଅହିଅ ଡେଂଗୁରା ନିଶ୍ଚେ ହେଉଥିବ 

 କର୍ଣ୍ଣ ଗୋଚର


ଶୁଣୁଥିବ ତୁମେ ଶୁଭିଯିବ ତାକୁ 

ଶୁଣୁଥିବ ତୁମେ ଶୁଭିଯିବ ତାକୁ 

ଯିଏ ବସେଇଛି ଭାଗ ସିନ୍ଦୁରରେ ମୋର 

ତା ସହିତ ପୁଣି ଶୁଣିବ ତୁମର 

ସେହି ସିନ୍ଦୁର ମଖା ପଥର

ହେଲେ ମୋ ଜୀବନ ନଥିବ 

ମୋ ମନ ମଥାନରେ 

ଦିକଦିକ ଜଳୁଥିବ ସିଏ

ତୁମେ ଦେଇଥିବା 

ସେହି ସସ୍ନେହ ସିନ୍ଦର

ସେହି ସସ୍ନେହ ସିନ୍ଦର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract