STORYMIRROR

Premalata Giri

Abstract

4  

Premalata Giri

Abstract

ବିନ୍ଦୁ

ବିନ୍ଦୁ

1 min
398


ବିନ୍ଦୁ ବିନ୍ଦୁ ଜଳ ମିଶି ହୁଏ ସିନ୍ଧୁ

   ଅନେକର ସମାହାର

ବିନ୍ଦୁରୁ ରେଖାର ରେଖହିଁ ପ୍ରାରମ୍ଭ

   ସରଳ ବକ୍ରର ଗାର। 

ବିନ୍ଦୁ ଏ ବିଷରେ ପୀୟୁଷ ତ ନଷ୍ଟ

  ନେଇପାରେ ଶତ ପ୍ରାଣ

ରକ୍ତର ବିନ୍ଦୁରେ ଜୀବନର ଫୁଲ

   ଫୁଟିଯାଏ ତନୁମନ।

ଛୋଟଛୋଟ କଥା ମିଶି ହୁଏ ବ୍ୟଥା

 ବେଦନାସିକ୍ତ ସମନ

ବିନ୍ଦୁ ବିସର୍ଗ ର ଆଲୋଡନ ପ୍ରଭା

ଆଭା ଅମ୍ରୁତ ସମାନ। 

 ସିନ୍ଦୁର ସନ୍ତକ ବିନ୍ଦୁରେ ହିଁ ଲେଖା

ସଂପର୍କ ର ସମର୍ପଣ

କେଉଁ ଠି ଅଜଣା ଜଣା ହୋଇଯାଏ

 ଦୁନିଆ ନୀତି ବନ୍ଧନ। 

ବିନ୍ଦୁ ସାମାନ୍ଯ ରେ ଆସାମାନ୍ୟ ସତ୍ଯ

   ଶୁଭରେ ଚନ୍ଦ୍ର ର ବିନ୍ଦୁ

ଆକାଶରୁ ମାଟି ଦୂରତା ମଝିରେ

  ଝରା କାକରର ଇନ୍ଦୁ। 

ବିନ୍ଦୁଏ ବିଶ୍ବାସ ନିଶ୍ୱାସ ଭିତରେ

  ଜୀବନ ମ୍ରୁତ୍ୟୁ ର ଖେଳ

କିଏ ଜିତେକିଏ ହାରେ ସୂତାକରେ

  ବିନ୍ଦୁ ବରଦାର ମୂଳ ।।


Rate this content
Log in

Similar oriya poem from Abstract