ବିନ୍ଦୁ
ବିନ୍ଦୁ
ବିନ୍ଦୁ ବିନ୍ଦୁ ଜଳ ମିଶି ହୁଏ ସିନ୍ଧୁ
ଅନେକର ସମାହାର
ବିନ୍ଦୁରୁ ରେଖାର ରେଖହିଁ ପ୍ରାରମ୍ଭ
ସରଳ ବକ୍ରର ଗାର।
ବିନ୍ଦୁ ଏ ବିଷରେ ପୀୟୁଷ ତ ନଷ୍ଟ
ନେଇପାରେ ଶତ ପ୍ରାଣ
ରକ୍ତର ବିନ୍ଦୁରେ ଜୀବନର ଫୁଲ
ଫୁଟିଯାଏ ତନୁମନ।
ଛୋଟଛୋଟ କଥା ମିଶି ହୁଏ ବ୍ୟଥା
ବେଦନାସିକ୍ତ ସମନ
ବିନ୍ଦୁ ବିସର୍ଗ ର ଆଲୋଡନ ପ୍ରଭା
ଆଭା ଅମ୍ରୁତ ସମାନ।
ସିନ୍ଦୁର ସନ୍ତକ ବିନ୍ଦୁରେ ହିଁ ଲେଖା
ସଂପର୍କ ର ସମର୍ପଣ
କେଉଁ ଠି ଅଜଣା ଜଣା ହୋଇଯାଏ
ଦୁନିଆ ନୀତି ବନ୍ଧନ।
ବିନ୍ଦୁ ସାମାନ୍ଯ ରେ ଆସାମାନ୍ୟ ସତ୍ଯ
ଶୁଭରେ ଚନ୍ଦ୍ର ର ବିନ୍ଦୁ
ଆକାଶରୁ ମାଟି ଦୂରତା ମଝିରେ
ଝରା କାକରର ଇନ୍ଦୁ।
ବିନ୍ଦୁଏ ବିଶ୍ବାସ ନିଶ୍ୱାସ ଭିତରେ
ଜୀବନ ମ୍ରୁତ୍ୟୁ ର ଖେଳ
କିଏ ଜିତେକିଏ ହାରେ ସୂତାକରେ
ବିନ୍ଦୁ ବରଦାର ମୂଳ ।।
