STORYMIRROR

SUKANTA KHANDA

Children

4  

SUKANTA KHANDA

Children

ବିଲୁଆର ଶିଶୁ ଦିବସ

ବିଲୁଆର ଶିଶୁ ଦିବସ

1 min
0


ବିଦ୍ୟାଳୟେ ଦିନେ ସଭା ହେଉଥିଲା

ବସି ଗୁରୁ ଛାତ୍ରଛାତ୍ରୀ

ଗୁରୁ ଦିବସଟା ପାଳିବା କେମିତି

ଅଛି ମାତ୍ର ଗୋଟେ ରାତ୍ରି?

ଝରକା ସେପଟେ ଅମରି ଲଟାରେ

ଶୁଣୁଥିଲା ବିଲୁଆଟେ

ସଞ୍ଜ ନ ହେଉଣୁ ଏକତ୍ରିତ ହୋଇ

ଆନନ୍ଦ ମନରେ ଛୁଟେ।

ଶିଶୁ ଦିବସକୁ ପାଳନ କରିବେ

ସନମତ ସବୁ ଦେଲେ

କିଆ ବୁଦାମୂଳେ ବାଲି ଫଟୋଚିତ୍ର

ଆସ୍ଥାନେ ସଜେଇ ଦେଲେ।

ଧୂପ ଦୀପ ଘଣ୍ଟ ନଇବେଦ୍ୟ ଧରି

ଆବାହନ କରିଦେଲେ

ଫୁଲର ମାଳରେ ଫଟୋଚିତ୍ର ଆହା

ସଉନ୍ଦର୍ଯ୍ୟ ବଢାଇଲେ।

ଶିଶୁଙ୍କ ପରତି ଭଲ ପାଇବାଟା

ଭାରତରେ ଅମଳିନ

ଏହି କୀରତିଟା ଯୁଗେଯୁଗେ ଥାଉ

ରବି ପରି ତେଜିୟାନ।

ଧରମ କରମ ଜାଣୁ ନାହିଁ କେହି

ପଶୁ କୁଳେ ଥିବା ଯୋଗୁଁ

ଯଦି କିଛି ଆମ ଭୁଲ ରହିଥାଏ

ଚାହିଁଲେ ଦଣ୍ଡ ହେ ଆଗୁଁ।

ହେ ମହାମାନବ ତୁମରି ଆଶିଷେ

ଆମର ଏହି ଜାତିକୁ

ସନ୍ତୋଷ ରଖନ୍ତୁ ଏ ଭାରତ ଭୂମେ

ମାଗୁନୁ ଧନ ତୁମକୁ।

ତୁମରି ପାଇଁ ତ ଆମ ପରଜାତି

ଅଭୁକ୍ତ କେବେ ନ ଥାଏ

ଖାଦ୍ୟର ସନ୍ଧାନେ ସଂଜରୁ ସକାଳେ

ଉଦର ପୂରାଇ ଦିଏ।

ବିଲୁଆ ମିଳିତ ଆବାହନ ଦେଖି

ଓହ୍ଲାଇ ନେହେରୁ ପାଶେ

ଅରଘ ଗ୍ରହଣ ସହିତ ଆନନ୍ଦେ

ଅଜାଡ଼ି ଦେଲେ ଆଶିଷେ।

ପଶୁ ହୋଇ ମଧ୍ୟ ବିଲୁଆ ଭିତରେ

ଭଲ ପାଇବାଟା ଅଛି

ଅଥଚ ମଣିଷ ପେଟରେ ଥୋଇଛି

ହଳାହଳ ବିଷ ବାଛି।

ଧନ୍ୟ ହେ ବିଲୁଆ ତୁମ ଆବାହନ 

ପାଇଲେ ଆସିବି ମୁହିଁ

ନେହେରୁଂକ ଏହି କଥାତକ ଶୁଣି

ଆନନ୍ଦେ କାନ୍ଦିଲେ ଚାହିଁ ।

          


Rate this content
Log in

Similar oriya poem from Children