STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ବିଜ୍ଞାନ ତୂଳୀରେ ଜୀବନ ଚିତ୍ର

ବିଜ୍ଞାନ ତୂଳୀରେ ଜୀବନ ଚିତ୍ର

1 min
345


ବିଜ୍ଞାନ ତୂଳୀରେ ଜୀବନର ଚିତ୍ର

 ରଙ୍ଗୀନ ହୋଇଛି ଏବେ,

ସୁଇଚ୍ ଟିପିଲେ ହୋଇଯାଏ ସବୁ

କଷ୍ଟ ଲାଗେ ନାହିଁ  ଲବେ l

ଗ୍ୟାସ୍ ଚୁଲାରେ ରୋଷେଇ ହୁଅଇ

ଗ୍ରାଇଣ୍ଡରରେ ହୁଏ ବଟା,

ମେସିନ୍ ସାହାଯ୍ୟେ ପରିବା ଆଦି

ହୋଇଲାଣି ଏବେ କଟା l

ଜୀବନଟି ଏବେ ଆରାମରେ କଟେ 

ସୁବିଧା ମନୋରଞ୍ଜନ ,

ସିନେମା ଖେଳ ଯାତ୍ରା ପାଲା ଆଦି

ଦେଖାଏ ଦୂରଦର୍ଶନ l

ଶୀତ ତାପ ନିୟନ୍ତ୍ରିତ ଗୃହେ ବସି

ଅୟସ କରନ୍ତି କେତେ,

ହାତ ପାହାନ୍ତାରେ ସମସ୍ତ ଜିନିଷ

ବିଜ୍ଞାନ ଖଞ୍ଜିଛି ଯେତେ l

କୃଷି ଶିକ୍ଷା ଆଉ ଚିକିତ୍ସା କ୍ଷେତ୍ରରେ

ବିଜ୍ଞାନ ପ୍ରଭାବ ଫଳେ,

 ସୁବିଧା ସୁଯୋଗ ସବୁ କ୍ଷେତ୍ରରେ

ମାନବ ଯେ ଭୋଗକଲେ l

ଦୂରାରୋଗ ବ୍ୟାଧି ଭଲ ହୋଇଥାଏ

ଅଙ୍ଗର ପ୍ରତିରୋପଣ,

ବିଜ୍ଞାନ ଯୋଗୁଁରୁ କେତେ ଯେ ସୁବିଧା

ମିଳୁଛି ଏହା ପ୍ରମାଣ l

ଭୂମି ଠାରୁ ଭୂମା ସକଳ କ୍ଷେତ୍ରରେ

ବିଜ୍ଞାନର ମିଳେ ଛାପ,

ବୈଜ୍ଞାନିକ ଆବିଷ୍କାର ଉଦ୍ଭାବନ

ଦେଇଅଛି ତାକୁ ରୂପ l

ଅଳ୍ପ ସମୟରେ ସମ୍ବାଦ ମିଳଇ

କାହିଁ ଦୂର ଦୂରାନ୍ତରୁ,

ଫୋନ୍ ରେ ବସି ଭିଡିଓ ବଳରେ

କଥା ଯେହ୍ନେ ସମ୍ମୁଖରୁ l

ବିଜ୍ଞାନର ଦୂରୁପଯୋଗ କରିଲେ

ହୁଏ ସେହୁ କ୍ଷତିକାରୀ,

ନିମିଷକ ମଧ୍ୟେ ପ୍ରଳୟ ରଚିବ

ସଚେତନତା ଜରୁରୀ l



Rate this content
Log in

Similar oriya poem from Inspirational