STORYMIRROR

Madhabi Patel

Romance

4  

Madhabi Patel

Romance

ବିଜନତା

ବିଜନତା

1 min
200


ବିଜନ ବେଳାରେ ତୁମେ ମନେପଡ

ଆଖିକୁ ନ ଆସେ ନିଦ

ଡନଲପ୍ ଗଦି କଣ୍ଟାପରି ଲାଗେ

ଆଖି ହୁଏ କାନ୍ଦ କାନ୍ଦ ।

କାଟିଥିବା ରାତି ତୁମର ସେ ପ୍ରୀତି

ମନେପଡେ ବାରମ୍ବାର

ମଜାକଥା କହି ହସୁଥିଲେ କେତେ

ଉଲ୍ଲାସେ ହୋଇ ବିଭୋର।

କର୍ମମୟ ଏଇ ଜୀବନ ଜଞ୍ଜାଳେ

ଭୁଲିଯାଏ ଥରେ ଥରେ

ବିଜନତା ହେଲେ ଗ୍ରାସେ ତୁମ ସ୍ମୃତି

ଝୁରିମରେ ବିରହରେ ।



Rate this content
Log in

Similar oriya poem from Romance