Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅନିଲ କୁମାର

Tragedy

3  

ଅନିଲ କୁମାର

Tragedy

ବିଜନତା

ବିଜନତା

1 min
231



ଜୀବନର ବିବିଧ 

ବିରୋଧାଭାସ ଭିତରେ, 

କେଉଁଠି ଗୋଟେ ଥାଏ 

ଅଜଣା ସମ୍ପର୍କର ସୂତ୍ର ,

ଅନ୍ଧାର ଓ ଆଲୁଅ, 

ଛାଇ ଓ ଅସ୍ତିତ୍ୱ, 

ପାଇବା ଓ ନ ପାଇବା 

ସବୁ ଏକା ଭଳି ଲାଗେ,

ଆଉ ସେତେବେଳେ 

ଲିଭିଯାଏ ଜୀବନ ଓ ମୃତ୍ୟୁକୁ 

ଅଲଗା କରି ରଖୁଥିବା 

ଅତି କ୍ଷୀଣ ରେଖାଟିଏ,

ଗୋଟିଏ ଅଦୃଶ୍ୟ ବିନ୍ଦୁରେ ଥାଇ

ନିଃସଙ୍ଗ ମଣିଷ ଆବିଷ୍କାର କରେ 

କୋଳାହଳ ଭିତରେ ବିଜନତାକୁ !


ଅସହ୍ୟ ଯେଉଁଠି ଉଭୟ 

ପାଇବାର ଆନନ୍ଦ ଓ 

ହରେଇବାର ବିଷାଦ, 

ଏକୁଟିଆ ବେଳ ପାଇଁ 

ଯେଉଁଠି ଥାଏ ଅନେକ ଘାତକ 

ସ୍ମୃତି ଓ ଅପରାଧର ରକ୍ତ ଛିଟା ,

ଅଧାରାସ୍ତାରେ ହଜିଯାଏ 

ଯେବେ ଲକ୍ଷ୍ୟସ୍ଥଳର ନକ୍‌ସା, 

ବାହାରେ ଟାଣ ଦିପହର ଓ 

ଘର ଭିତରେ କିଟିକିଟି ଅନ୍ଧାର ,

ସେବେ, ନିଜ ନିଃସଙ୍ଗପଣରୁ 

ମୁକ୍ତିର ଆଶା ସଞ୍ଚାର ହୁଏ ଓ

ଆରମ୍ଭ ହୁଏ ବିଜନତାରୁ 

ମୁକୁଳିଯିବାର ଚେଷ୍ଟା !!





Rate this content
Log in

Similar oriya poem from Tragedy