ବିଜନ ସଂଗୀତ
ବିଜନ ସଂଗୀତ
ତୁମେ...,
ତୁମେ ମୋର ସ୍ବପ୍ନ ରାତି..!
ତୁମେ, ସପନେ ଆସୁଛ ନିତି,
ତୁମେ ସେଇ ସ୍ବପ୍ନ ରାତି,
ସପନର ମଧୁରାତି..!
ରାତିକୁ ଯେବେ ମୁଁ ମାଗିଲି ଦେବାକୁ
ତା ଜ୍ୟୋସ୍ନାର ଜହ୍ନରାତି,
ନିଦକୁ ଯେବେ ମୁଁ କହିଲି ଦେବାକୁ
ତା ସପନର ମଧୁରାତି
ରାତି ରାଜ କନ୍ୟା, ସେ ଅଳସ କନ୍ୟା,
ଜହ୍ନ ଦେଖି ଲାଜ କରେ,
ନିଦ ମଧୁ ମତୀ, ସେ ଶେଯ ସୁପାତି,
ସପନରେ ରଂଗ ମାଖେ,
ସବୁ ରଂଗ ମାଖି, ସେ ରଂଗ ଆଶ୍ଳେସି,
ସାଜୁଛି ସେ ଅମା ରାତି..!
ଆଉ ମୁଁ..,
ଖୋଜୁଚି, ବିଜନର ମଧୁ ସ୍ମୃତି,
ଆଉ..,
ସ୍ମୃତିରେ ହଜୁଚି ନିତି,
ଶୟନେ, ସ୍ୱପନେ ଅବା ଜାଗରଣେ,
ସ୍ମରଣେ ମୁଁ ମଧୁ ସ୍ମୃତି,
ସେଇ ଭାବନା ରାଇଜେ ନିତି,
ତୁମେ ମୋ ବିଜନ ସ୍ମୃତି,
ତେଣୁ ମୋ..,
ଆଖି ପଲକରେ ଜହ୍ନର ରାଇଜ
ଝଲକେ ମଙ୍ଗଳ ଗ୍ରହ,
ହୃଦୟ ତନ୍ତ୍ରୀରେ ସ୍ୱପ୍ନର ମୁଲକ
ପୁଲକେ ମନର ମୋହ..!
ଇଚ୍ଛାରେ ଥାଏ ଆଲୋକର ବେଗ
ଛୁଏଁ ସେ ଆକାଶ କୋଳ,
ଆବେଗରେ ଖେଳେ ଶବ୍ଦର ଗତି
ମରମେ ଭାବର ଖେଳ..!
ଭାବନା ସାମ୍ରାଜ୍ୟ କମ୍ଫନ ଆଣେ
ସ୍ପର୍ଶରେ ଚୁମ୍ବକ ଝଡ଼,
ମନର ବେଗରେ ସମ୍ପର୍କର ଡୋର,
ସ୍ମୃତିରେ ଜୀବନ ମୋଡ଼..!
ଏବେ ହଜୁଚି ମୁଁ ନିତି ନିତି,
ତୁମେ ସମ୍ଭାବନା, ତୁମେ ମଧୁ ସ୍ମୃତି,
ମୋ ସପନର ମଧୁ ଗୀତି,
ତୁମେ ବିଜନ ମଧୁର ପ୍ରୀତି..!!

