ବୀର ଯବାନ
ବୀର ଯବାନ
ସୀମାରେ ସୈନିକ ଦେଶର ବୀର ସେ
ପ୍ରାଣ କରେ ରକ୍ଷା ସବୁରିଙ୍କର
ଜଣେ ବୀର ପୁତ୍ର ହୋଇ କରି ମଧ୍ୟ
ହଜାରେ ପୁତ୍ରଙ୍କ ସେ ବରାବର l
ଯୋଦ୍ଧା ପରି ରଣ ହୁଙ୍କାର କରି ସେ
ଶତ୍ରୁ ର ଆଖିରୁ ଉଡାଏ ନିଦ
ସୀମା ସରହଦ କିଛି ନ ମାନେ ସେ
ଡେଇଁ ଯାଏ ସାତ ଦରିଆ ହ୍ରଦ l
ଶତ୍ରୁ ର ଆଖିରେ ଆଙ୍ଗୁଠି ଗେଂଜି ସେ
ନଷ୍ଟ କରିଦିଏ କମାଣ ତାଙ୍କ
ଶତ୍ରୁ ର ଭୂମିରେ ଉଡାଇ, ବଜାଇ
ତ୍ରିରଙ୍ଗା ର ସାଥେ ବିଗୁଲ ଛୁଙ୍କ l
ନିଜ କଥା କେବେ ମନରେ ଭବେନା
ଦେଶ ମାତୃକା କୁ ପାଏ ସେ ଭଲ
ନିଜ ପରିବାର କଥା ସେ ନ ଭାବେ
କିଏ ହେବ ପରା ତାହାରି ତୁଲ l
ଝାଞ୍ଜି ଖରା ବେଳେ ସୀମାରେ ଛିଡା ସେ
ଧରିଣ ହାତରେ ବନ୍ଧୁକ ଟିଏ
ସୂର୍ଯ୍ୟ ଦେବତା ବି ମୁଣ୍ଡ ନଇଁ ଦେବେ
ତା ବୀରତ୍ୱ ଆଗେ ଆପଣା ଛାଏଁ l
ଶୀତ ରେ ଛିଡା ସେ ବରଫ ଗଦାରେ
ଗରମ କରିଣ ରକତ ତାର
ଥଣ୍ଡାରେ ଥରିବ କିନ୍ତୁ ସ୍ଥାନ ନ ଛାଡିବ
ଦେଶ ର ସୁରକ୍ଷା ରଖି ମନର l
କେତେବେଳେ କେଉଁ ମୁହୁର୍ତରେ ତାର
ପ୍ରାଣ ଚାଲିଯିବ ଜାଣିଛି ସିଏ
ମରିବାକୁ ତାର ଡର ଜମା ନାହିଁ
ଭାରତ ମାଆ ର ସନ୍ତାନ ସିଏ l
ବର୍ଷ ବର୍ଷ ଧରି ସୀମାରେ ରହେ ସେ
ଭୁଲି ଯାଇକରି ଆଖିରୁ ନିଦ
ତା ଆଖିରେ ନିଦ ନାହିଁ ବୋଲି ସିନା
ଘରେ ଶୋଉ ଆମେ ଶାନ୍ତିର ନିଦ l
ନୋହୁଁ ଆମେ ତାର ନୁହେଁ ସେ ଆମର
ରକ୍ତ ସମ୍ପର୍କ ବି ନାହିଁ ତା ସାଥେ
ଭାବେନାହିଁ ପର ଧର୍ମ ଭାବେ ତାର
ଅବିରତ ଚାଲେ ଅଗମ୍ୟ ପଥେ l
ପ୍ରେମ ବୋଲି ବୁଝେ କେବଳ ଏତିକି
ଦେଶ ମାତୃକାର ରକ୍ଷାଟି ଜାଣ
ପ୍ରେମିକା ହେଉ କି ହେଉ ସିଏ ପତ୍ନୀ
ସଭିଙ୍କୁ ଭୁଲେ ସେ ତା ଆଗେ ପୁଣ l
ତାର ମୃତ୍ୟୁ ହେଲେ ସହିଦ ଯବାନ
କହି ଆମେ ଢ଼ାଳୁ ଦିଟୋପା ଲୁହ
ଦେଶର ଜନତା ଦେଶର ଯେ ନେତା
ଫେରେଇ ଦେବ କି ତା ମା ର ପୁଅl
ଆହା ଚୁ ଚୁ କହି ସମ୍ବେଦନା ଯତାଇ
ଯେତେ ଦେଲେ ତାକୁ ବୀର ସମ୍ମାନ
ସେ ସମ୍ମାନ କି ହେବ ସେ ମାଆ ର କୁହ
ଯାର ଆଶାବାଡି ଥିଲା ତା ଧନl
ତା ବିଧବା ପତ୍ନୀ ଘର କୋଣେ ବସି
କାନ୍ଦେ ଲୁଚି ଲୁଚି ଛୁପାଇ ଲୁହ
କାଳେ ଶିଶୁ ପୁତ୍ର ଦେଖି ପୁଛିଦେବ
କି ପାଇଁକି ମା କାନ୍ଦୁଛୁ କହ l
ହୃଦୟରୁ ଆଜି ମୁହିଁ ପ୍ରଣାମ କରୁଛି
ଆହେ ଯବାନ ମୋ ଦେଶ ମାଟିର
ତୁମ ଦେଶଭକ୍ତି ତ୍ୟାଗ ଶକ୍ତି ଦେଖି
ନଇଁଯାଏ ମଥା ସବୁରିଙ୍କର l