STORYMIRROR

DHARITRI SAHU

Tragedy

4  

DHARITRI SAHU

Tragedy

ବୀର ଜନନୀ

ବୀର ଜନନୀ

1 min
308


 ବାଣବାଜା ଆଉ ରୋଷଣୀର ସାଥେ

 ପୁଅ ମୋ ଘର ଆସୁଛି,

 ଦଉଡି ଆସଲୋ ରୀନା,ମିନା,ଟୁନା

 ବନ୍ଦେଇ ବ ମୁଁ ଡାକୁଛି।


 ବଉଦର କୋଳୁ ଆଣିଅଛି ସିଏ 

 ପୁନେଇଁର ଜହ୍ନ ତୋଳି,

 ଆକାଶର ତାରା ଆଣିଅଛି ବାଛି

 ମୋ ଧନ ଖେଳିବ ବୋଲି।


 ଏକା ନୁହେଁ ସେ ସୈନିକ ଙ୍କ ସାଥେ

 ଦିଶେ ଜନାରଣ୍ୟ ଭଳି,

 ପଟୁଆର ସାଥେ ସବୁତ ଆସନ୍ତି 

 ପାଦକୁ ପାଦ ଯେ ମିଳି।


 ଆକାଶରେଉଡ଼େ ବଉଦରେଖେଳେ

 କଳିଙ୍ଗ ରାଜକୁମାର,

 ଏ ଦେଶର ସେବା କରିବାରପାଇଁ

 ବଳିଦାନ ପ୍ରାଣ ତାର।


 କହିଥିଲା ବୋଉ ମୁଁଫେରି ଆସିଲେ 

 ତୀର୍ଥ ଯାଗା ଯିବା ବୁଲି,

 ମୁନା ଟାର କଥା ବୁଝୁଥିବୁ ବୋଉ

 ଭାବିବୁ ମୁଁ ଅଛି ବୋଲି।


 ଆକାଶି ରଙ୍ଗର ସାଢି ଆଣିବିଲୋ

 ତୋ ବୋହୁ ର ସୁନା କାଚ,

 ବାପାଙ୍କର ପାଇଁ ସୁନାର ବୋତାମ

 ମୁନା ର ଝୁଲା ପଲଙ୍କ।


 ସମୟ ଆଗରୁ କାହିଁକି ଫେରିଲା

 ମନେ ପଡ଼ିଲୁ କି ଆମେ,

 ବାଜାକୁ ବଜେଇ ପଟୁଆର ନେଇ

 ବୀର ଗାଥା ସାଥେ ଝୁମେ।


 ଶୌର୍ଯ୍ୟ ବୀର୍ଯ୍ୟତା ଦୂର ଦିଗବଳୟୁ

 ଗୁଞ୍ଜରିତ ହେଉ ଅଛି,

 ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ

 କର୍ଣ୍ଣେ ମୋ ଶୁଭି ଯାଉଛି।


 ଜାତୀୟ ପତାକା କାହିଁକି ଘୋଡିଛି

 କିଆଁ କାନ୍ଧେ ବୋହୁଅଛ

 ମୋ ପୁଅ ତ ବୀର ଭାରତ ସନ୍ତାନ

 ଅମର ରହେ କି ସତ୍ୟ ।


 ତମ କାନ୍ଧେ ଯିଏ ପଚାରତ ତାକୁ

 ଆମକୁ କେ କାନ୍ଧ ଦେବ

 ସ୍ବାମୀ ,ପିତା ବିନା କଅଁଳ ବୟସେ

 କେମିତି ଦିନ କଟିବ।


 ତୋପସଲାମୀ ର ଆବଶ୍ୟକ ତାକୁ

 ମୋ ପୁଅ ଫେରାଅ ମୋତେ,

 ଫେରାଇଦିଅ ମୋ ମୁନାକୁ ତାବାପା

 ମୋ ବୋହୁର ଶଂଖା ହାତେ।


 ବାହା ରେ ପୁଅ ତୁ ସବୁ ଭୁଲି ଗଲୁ

 ଏ ଦେଶର ପୁଅ ହେଲୁ,

 ଏ ଦେଶର ସେବା କରୁକରୁ ଶେଷେ

 ଜୀବନ କୁ ବଳି ଦେଲୁ।


 ଗର୍ଭଧାରୀ ମାଆ ତୋର ଶବଛୁଇଁ

 ଶେଷେ ପ୍ରଣିପାତ କରେ,

 ପୁଷ୍ପଗୁଚ୍ଛ ଘେନ ବାପାର ସଲାମ

 ଗର୍ବିତ ଲୁହର ଧାରେ।

 


Rate this content
Log in

Similar oriya poem from Tragedy