STORYMIRROR

Panchanan Jena

Abstract

4  

Panchanan Jena

Abstract

ବିହ୍ନିସ୍ନାନ

ବିହ୍ନିସ୍ନାନ

1 min
256


କଥାରେ ଅଛି

ଅଭାବେ ସ୍ୱଭାବ ନଷ୍ଟ

ଦାରିଦ୍ର୍ୟ ଅନାଟନ ବି ମାରେ ଛାଟ

ପେଟ ପାଇଁ ହା ଅନ୍ନର ଜ୍ଵଳନ

ପିଠି ପାଇଁ ହା ବସ୍ତ୍ରର ଦହନ

ମୁଣ୍ଡ ପାଇଁ ହା କୁଡିଆର ଦଂଶନ

ବାଟ ହୁଡିବାକୁ ବେଳେ ବେଳେ

ବିବେକ ମାରେ କୁହାଟ ।


ପୁଣି କଥାରେ କହନ୍ତି

ବିଳାସ ବ୍ୟସନ ବି କଷ୍ଟ

ଅଚଳାଚଳ ଜମିବାଡି ଗହଣା ଗାଣ୍ଠି

ଗଚ୍ଛିତ ବ୍ୟାଙ୍କ ପାଣ୍ଠି

ସୁନ୍ଦରୀ ଘରଣୀ 

ସୁଖୀ ଦାମ୍ପତ୍ୟ ଚଳଣି

ବି ରହି ରହି ମାରେ ଛାଟ

କାମନା ବାସନାର ଅସୁମାରୀ ଜ୍ଵଳନ

ସୁରା ସାକି ମାତାଲ ହେବାକୁ ଅନନ୍ତ ଦହନ

ପରକୀୟା ପ୍ରୀତି ବଜାରରେ ନିତି ଓଜନ

ବାଟ ଡେଇଁବାକୁ ବେଳେ ବେଳେ 

ଅଶାନ୍ତ ଅତୃପ୍ତ ଆହତ ମନ ଛଟପଟ ।


ଅର୍ଥଶାସ୍ତ୍ର ବି କହେ

ଅଶା ତ ଅସଂଖ୍ଯ ଅସୁମାରୀ 

ମେଣ୍ଟେନା କାହାରି

ଏକ ନ ସରୁଣୁ 

ଶତାଧିକ ବସିଛନ୍ତି ପଛକୁ ଧରି

ଖାଲି ତତାଏ କଳାଏ କୁହୁଳାଏ

ଚିନ୍ତାରେ ସିଝାଏ ସବୁ ବର୍ଗଙ୍କୁ

ଧନୀ- ଗରିବ ଗାଉଁଲି-ସହରୀ

ନ ବାଛି ବିଚାରି ।


ପଣ୍ଡିତେ କହିଛନ୍ତି ପରା

ବିଚରା ମଣିଷ ଅର୍ବାଚିନ

ଏ ଝିମିଟି ଖେଳ ବୁଝି ବି 

ବୁଝିପାରେନା ଅଜ୍ଞାନ

ଥକିଯାଏ ଧାଇଁ ଧାଇଁ

ମିଛ-ଲାଞ୍ଚ-ଖଳ-ଗୋଳ ଭିତରେ

କରିବାକୁ କାକ ସ୍ନାନ ଗଧ ଭୋଜନ

ସବ୍ ଜାନତା ସନ୍ଧାନୀ ବିଜ୍ଞାନୀ

ବୋଧହୁଏ ଜାଣି ଶୁଣି ଭୋଗୁଥାଏ ବହ୍ନିସ୍ନାନ ।


Rate this content
Log in

Similar oriya poem from Abstract