ବିହଙ୍ଗ ଆଗମନ
ବିହଙ୍ଗ ଆଗମନ
ଅଞ୍ଚଳ ତୋର ଚଞ୍ଚଳ ହେଲାଣି ଚିଲିକା
ଚାହିଁ ବସିଥିଲେ ବିହଙ୍ଗ ସମୂହ
ସମାବେଶ ବେଳ ହେଲାଣି ପ୍ରଵେଶ
କାହିଁ କେଉଁ ଦେଶ କେତେ ଦୂର କୋଶ
ଵ୍ୟାପ୍ତ ଜଳରାଶି ତୋ ନଳଵଣ
ଆସିଵାକୁ ତୁମେ ଏହି ବଂଧୁ ଦେଶ
ଭୁଲି ଯାଅ ତୁମେ କେଢେ ପଥ କ୍ଳେଶ
କିଏ କେଉଁ ଦେଶୁ ଆସ ହେ ବିହଂଗ
କା ରୂପ କେମନ୍ତ କେଢେ ଚାରୁଵନ୍ତ
ନୀଳ ଗାଲିଚାରେ ଫୁଟିଛି ଯେମନ୍ତ
ପକ୍ଷୀ ପଂକ୍ତି ନୁହଁ ପୁଷ୍ପ ନାନାରଂଗ
ଭାବେ ମୁହିଁ ବସି ଆଖି ଯାଏ ଖୋସି
ସହୋଦର ସମ ସମଷ୍ଟି ଜୀବନ
ସଂଗତ ସୁଖର କି ଶୋଭାଵନ
ସବୁଠୁ ସୁନ୍ଦର ପକ୍ଷୀ ଫ୍ଲେମିଂଗୋ
ପଶ୍ଚିମ ଦେଶ କାହିଁ କାଜାକିସ୍ଥାନ
ଉତ୍ତ ରେ ଉତ୍ତର ସାଇବେରିଆ
ପ୍ରବଳୁ ପ୍ରବଳ ଅତି ହେମାଳିଆ
ସହିକି ପାରନି ପ୍ରକୃତି ର କୋପ
ଲଂଘି ଗିରି ବନ ସାତ ଦରିଆ
କେତେ ଶର୍ଵରୀ ର ଶୀରା ଚିରି
କେତେ ଦିଵସ ର ରେଣ
ୁ ଭେଦି
ନ ହୁଅ କେଵେ ପଥ ଭ୍ରାନ୍ତି
କେଉଁ ଆକର୍ଷଣେ ଆଗୋ ଚିଲିକା
ଦ୍ୱିଜ ପ୍ରେମିକା ତୋ ରୂପେ ଭରିଛୁ କି ରୂପକାନ୍ତି
କେତେ ଯାମିନୀ ତୁ ରହୁ ଜାଗ୍ରତ
ପଥେ ଜନ୍ତୁଜୁନ୍ତା ଜୀବନ ସଂଘର୍ଷ
କାହା ଭାଗ୍ୟ ଲେଖା ପୁଣି ଯମାଳୟ
ଛାଡି ଆସେ ପୁଣି ନିଜ ନିଳୟ
ସଠିକ ସମୟ ହୁଏ ଆଗତ
ମୌସୁମୀ ଡାକେ ବର୍ଷା ଅଭିସାର
ଉତଫୁଲ ଚିଲିକା ଭୀମ ରୂପ ଧର
ଧିରେ ଧିରେ ଶାନ୍ତ ହୁଏ ତୋର ବକ୍ଷ
ଉନ୍ମୁକ୍ତ ଅଂଗନେ ଅଭିସାରିକା
କରିଥାଏ ଚାହିଁ ତୋର ପ୍ରତୀକ୍ଷା
କରୁଛି ଆଜି ତୋର ସ୍ୱାଗତ
ଉତ୍କଳ ମାଟି ର ଏ ପାଣି ପଵନ
କରେ ଆଵାହାନ କରିବାକୁ ତାର ଶୋଭା ବର୍ଦ୍ଧନ
ଖଞ୍ଜି ଛି ଵିଧାତା କେଉଁ ସୂତ୍ର ମାର୍ଗ
ପ୍ରତି ଊତୁ ଆଣେ ତୁମ ଆଗମନ
ଚିଲିକା ଭଗିନୀ କରେ ଆଵାହନୀ
ଏଇ କେତେ ଦିନ କର ବିଚରଣ
ସୁଖେ କଟିଯାଉ ଦିବସ ରଜନୀ