ବିଘ୍ନ ରାଜେନ୍ଦ୍ରଂ
ବିଘ୍ନ ରାଜେନ୍ଦ୍ରଂ


ଶୀର୍ଷଦେବ ଆହେ ଗୈ।ରୀନନ୍ଦନ
ଘେନାକର ଆମ୍ଭ ବିନତୀ,
ଭାଦ୍ର ମାସର ଯେ ଶୁକଳ ଚତୁର୍ଥୀ
ପୂଜା କରେ ଏହି ଜଗତି ।
କୈଳାସ ପତିଙ୍କ ସୁଯୋଗ୍ୟ ସନ୍ତାନ
କାର୍ତ୍ତିକେୟଙ୍କର ଭ୍ରାତା,
ଦ୍ଵାଦଶ ନାମରେ କେତେଯେ ମହିମା
ଜପେ ଜାଣେ ସେହି ଭକ୍ତା ।
ବିଦ୍ୟାର୍ଥୀ ଲଭଇ ଅଗାଧ ପାଣ୍ଡିତ୍ୟ
ତୁମରି ଶରଣ ହେଲେ,
ଅପୁତ୍ରିକ ଲଭେ ସୁଯୋଗ୍ୟ ସନ୍ତାନ
ତୁମରି କରୁଣା ବଳେ ।
ପାପୀ ହୋଇଯାଏ ସଂସାରରୁମୋକ୍ଷ
&nbs
p; ବିଘ୍ନ ରାଜେନ୍ଦ୍ରଙ୍କ ଯୋଗୁଁ,
ଭାଲଚନ୍ଦ୍ର ଆହେ ଧୂମ୍ରବର୍ଣ୍ଣ ପ୍ରଭୁ
ସଂସାରରେ ବିରାଜ ହେଉ ।
ରିଦ୍ଧିସିଦ୍ଧି ପତି ଲମ୍ବୋଦର ତୁମେ
ଶୁଭଲାଭ ନିତ୍ୟକର,
ବ୍ୟବସାୟ ଆଉ ବାଣିଜ୍ୟ କ୍ଷେତ୍ରରେ
ତବ କରୁଣା ଅପାର ।
ଅଦ୍ୟ ଦିବସରେ ଘେନ ମୋ ପ୍ରଣତୀ
ଗଜବକ୍ର ବିନାୟକ,
ଅଜ୍ଞାନ ଅନ୍ଧାର ଦୂରିଭୁତ କରି
ପ୍ରକାଶ ହେ ଜ୍ଞାନାଲୋକ ।
-ସୁମିତ୍ରା ମିଶ୍ର,
କପିଳା, ବିଞ୍ଝାରପୁର, ଯାଜପୁର ।