STORYMIRROR

Gouranga Patel

Children

4  

Gouranga Patel

Children

ବିଦ୍ୟା ଦାତା

ବିଦ୍ୟା ଦାତା

1 min
45

    "ବିଦ୍ୟା ଦାତା"

  

ଆହେ ଗଜାନନ     ମୂଷିକ ବାହନ

     ଘେନ ଆମ୍ଭ ପୁଷ୍ପାଞ୍ଜଳୀ,

ପାର୍ବତୀ ନନ୍ଦନ     ଶୁଣ ନିବେଦନ

    ଆମ୍ଭେ ସବୁ ଫୁଲକଢି


ବିଦ୍ୟା ର ସାଗର    ପ୍ରଭୁ ଗଣେଶ୍ୱର

    ଦିଅ ଦିବ୍ୟ ଆଶୀର୍ବାଦ,

ବିନ୍ଦୁଏ ମାତର     ତେଜ ଲମ୍ବୋଦର

    ମନ ରହୁ ପରିସ୍କାର


ଜ୍ଞାନ ର ଭଣ୍ଡାର      ନ ରହୁ ଗୁପତ

    ଅଜ୍ଞାନ ସେଵା ରେ ଯାଗୁ,

ଗୁରୁ ପାଦ ପୂଜା    ପିତା ମାତା ସେବା

    ସର୍ବତ୍ର ବିଦୀତ ହେଉ


ଏକା ସତ୍ୟ କଥା    ସତ୍ୟ ପଥେ ଯାତ୍ରା

     ଜଗତ ଉଦ୍ଧାର ଲଭୁ,

ଏ ସାରା ଜୀବନ     ସେବା ଅଭିଯାନ

    ପର ହୀତେ ପ୍ରାଣ ଯାଉ


ନେଉଛୁ ଶପଥ     ପାଦ ଛୁଇଁ ତଵ

     ସମବେତ ଶିଶୁକୁଳ

ଆହେ ବିଘ୍ନରାଜ    ଦିଅ ମନୋବଳ

      ନମସ୍କାର ଏକଦନ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children