ବିଧାତା
ବିଧାତା
ହେ ଇଶ୍ବର ପରମେଶ୍ବର
ତୁମକୁ କରେ ମୁଁ ଜୁହାର ।
ବାଟବଣା କରିବନି ମୋତେ
ରଖିବ ତୁମ ଭାବ ସଙ୍ଗତେ ।
ତୁମେ ଅନ୍ତର୍ଯ୍ୟାମି ସୄୄୄୄୄଷ୍ଟିକର୍ତ୍ତା
ପ୍ରଚାରିବି ମୁଁ ତୁମ ବାରତା ।
ଯାହା ଏଯାଏଁ ଦେଇଛ ମୋତେ
ଭୂଲିବି ସେ ସବୂ କେମନ୍ତେ ।
ତୁମେ ଜାଣ ଅନ୍ତର ବେଦନା
ଥାଉ ଏମିତି ତୁମ କରୁଣା ।
ତୁମ ନାମ ଜପି ଯିଊ ଏ ଜୀବନ
ପୂଜିବି ମୁଁ ନିତି ପ୍ରଭୂ ତୁମ ଚରଣ ।
ତୁମକୁ ମୁଁ ଦେଖିନି ଆଜିଯାଏଁ କେବେ
ହେଲେ ବି ବିଶ୍ବାସ ତୁଟୁନି କିଆଁ ଭାବେ ॥
ମୋର ଭରସା ଅଛି ପୁର୍ଣ୍ଣ ତୁମ ଉପରେ
ଆହା କରବ ହେ ପ୍ରଭୂ ସବୁ ବିପଦରେ ।
ଅନ୍ୟାୟ ଅନୀତି ମୁଁ କରୁନାହିଁ ତୁମେ ତ ଜାଣ
ତଥାପି ଭୂଲ କରିଥିଲେ କ୍
ଷମା କର ଭଗବାନ ।
ନିତି ମୁଁ ସ୍ମରେ ପାଈବାକୁ ତୁମ ଦରଶନ
କାହିଁକି ଅଛ ହେ ପ୍ରଭୂ ତୁମେ ମଉନ ।
ତୁମ କରୁଣାରେ ଚାଲିଛି ଏ ଜଗତ
କେମିତି ଭୂଲିବି ପ୍ରଭୂ ମୁଁ ତୁମ ଭକତ ।
ଏ ଭକତକୁ କେବେ ଅଣଦେଖା କରିବନି
ଏତିକି ମିନତୀ ମୋର ଭୂଲିଯିବନି ।
ଯାହା ଦେଇଛ ଏ ଯାଏଁ ଭୂଲିପାରିବିନି
ତୁମ ଚରଣ ସେବାରେ ଭୂଲ କରିବିନି ॥
ନିତି ଗାଉଥିବି ପ୍ରଭୂ ମୂଁ ତୁମ ଭଜନ
ତୁମକୁ ସ୍ମରି ଯାଉ ମୋ ଜୀବନ ।
ଦେବନାହିଁ ମୋତେ ପ୍ରଭୂ ପୁନର୍ଜନ୍ମ
ତୁମ ସେବା ପାଇଁ ରଖ ହେ ପରମ ॥
ବାସବସ୍ତ୍ର ଦେଇଛ ତ ପ୍ରଭୂ ମୋତେ
ଖାଇବାରେ ବି ଅଭାବ କରିନ ଏତେ ।
ଯେତିକି ଦେଇଛ ମୁଁ ଅଟେ ସନ୍ତୁଷ୍ଟ
କଥାଦେଉଛି ହେବିନି ମୁଁ କଦା ଦୁଷ୍ଟ ॥