ବିଦାୟୀ ଆସର
ବିଦାୟୀ ଆସର
କବିତା -ବିଦାୟୀ ଆସର
ରଚନା - ପଞ୍ଚାନନ ଜେନା
ତାରିଖ -୨୭-୦୯-୨୦୨୫
+++++++++++++++
ଆଜିର ବର୍ଣ୍ଣାଢ଼୍ୟ ବିଦାୟୀ ଆସର
ବିଦାୟୀ ଅତିଥିଙ୍କ ପାଇଁ ଉତ୍ସର୍ଗୀକୃତ ସ୍ଵର
ଆଉ ଆମ୍ଭ ଭଳି
ସହକର୍ମୀ ମାନଙ୍କ ପାଇଁ
ଖଟା ମିଠା ଝରଣା ଝର
ଆମ ବିଦ୍ୟାଳୟ ହରେଇବାକୁ ଯାଉଛି
ଜଣେ ମହିୟସୀ ଶିକ୍ଷୟତ୍ରୀ ପ୍ରବୀଣା
ପିଲାମାନଙ୍କ ପାଇଁ ସ୍ନେହୀ ମିଷ୍ଟଭାଷୀ ନିପୁଣା ବିଣାଝିଣା
ମନ ଭାବିବା ପୂର୍ବରୁ ବୁଝିବାରେ ଧୂରୀଣା
ଜଣେ ଜଣାଶୁଣା ଦୟା କରୁଣାର ମୂର୍ତ୍ତିମନ୍ତ ବାଜଣା
କହିବା ବାହୁଲ୍ୟ
ଶ୍ରୀମତୀ ସୀମା ହେବାକୁ ଯାଉଛନ୍ତି
ସିମାହୀନ ଦିଶାହୀନ ମଗନ ଗଗନ
ବନ୍ଧନମୁକ୍ତ ଡିଏଭି ପଞ୍ଜୁରୀ ଛାଡି
ମୁକ୍ତ ବିହଙ୍ଗ ପରି ଉଡ୍ଡିୟମାନ
ଅସୀମ ସସୀମ ବିଦାୟ ବେଦୀରେ ବି ଚିର ଜାଜ୍ୱଲ୍ୟମାନ
ଆଜି ସେପ୍ଟେମ୍ବର ତିରିଶ ୨୦୨୫ ସମ୍ବତ୍ସର
ଶ୍ରୀମତୀ ବାଗଚୀ ମ୍ୟାଡ଼ାମଙ୍କର
ଶିକ୍ଷୟତ୍ରୀ ବ୍ରତର ଶେଷ ମହ୍ଲାର
ସେବାରୁ ନେବେ ଅବସର
ବୃତ୍ତିରୁ ନେବେ ଚିର ବିଦାୟ
ଦୀର୍ଘ ୩୬ ବର୍ଷର ସ୍ଵର୍ଣ୍ଣାଭ ସ୍ଵାକ୍ଷର
ମାତ୍ର ସେ ହସନ୍ତ ଫୁଲବନ
ମାତ୍ର ସେ ସାତରଙ୍ଗୀ ଉପବନ
ସବୁ ହଜିଯିବ ଲୁଚିଯିବ ଆଜୀବନ
ପାରେରି ଆରପଟେ ହେବ ବିଲିନ
ଧୂଷର ଦିଗବଳୟ ଡେଇଁଯିବ
ରହିଯିବ ଅସରନ୍ତି ସ୍ମୃତି ଧଉଳା ରୂପାଜହ୍ନ
ଝୁରିବ ଏ ତିନି ଦଶନ୍ଧିର ସମ୍ପର୍କ
ଡିଏଭି ଡ଼େରାର
କାନ୍ଥ ବାଡ଼ ଶ୍ରେଣୀକକ୍ଷ
ବି
ଗୁମୁରି ଗୁମୁରି ଖୋଜିବ
ତୁମର ଅଲିଭା ପଦଚିହ୍ନର ନିବିଡ ମହକ
କଳା ହୀରାର ସହର ତାଳଚେର
ତୁମ ଭଳି ଅମଳୀନ ହୀରାକୁ ହରେଇ
କେବଳ ଝରେଇ ପାରିବ
କେଇ ବୁନ୍ଦା
ଖୁସି ଲୁହ ଭରା ବିଦାୟୀ ସମ୍ବୋଧନ ଦ୍ୟୋତକ
ହେ ମୋର ଚିର ବନ୍ଦନୀୟ ସ୍ମରଣୀୟ
ତୁମରି ସ୍ମରଣେ
ତୁମରି ସ୍ପୁରଣେ
ତୁମରି ବାକ୍ୟ ବିକିରଣେ
ଆତଯାତ ହେଉ ବାକି ଜୀବନ କ୍ଷଣ
କାଳିଆ ଠାକୁର ଶ୍ରୀଜଗନ୍ନାଥ
ତାଙ୍କରି ବଳିୟାର ଭୂଜ ତଳେ
ସୁସ୍ଥ ନିରୋଗ ହେଉ ତୁମ ଜୀବନ କଲ୍ୟାଣ
