STORYMIRROR

Sasmita Mohapatra

Classics

2  

Sasmita Mohapatra

Classics

ବିଦାୟ

ବିଦାୟ

1 min
290


ବିଦାୟ ବେଦନା କେତେ ଯେ କଷଣ

ଅନୁଭବୀ ସିନା 

ଜାଣେ ଏ କଥା

ବୃନ୍ତଚ୍ୟୂତ ହୋଇ ଫୁଲ ଯେ ଲୋଟଇ

ପଢିଛ କି କେବେ

ପାଦପ ବ୍ୟଥା


 ବାପଘର ଝିଅ ଶାଶୂଘର ଯାଏ

ଅଫେରା ଅତୀତ

ଭିଜା ନୟନ

ମଳିନ ପଡଇ ଦିବସର ଜ୍ୟୋତି

ବିଦାୟୀ ସୂର୍ଯ୍ୟର

ପାଣ୍ଡୁର ବର୍ଣ୍ଣ


ବାଳୁତ ବିଦାୟ କୈଶୋର ପାଖରେ

ଚପଳତା ବନ୍ଧା

ଯୌବନ ବେଳେ

ମଥାର ସିନ୍ଦୂର ବିଦାୟ ନିଅଇ

ମନର ମଣିଷ

ମଶାଣି କୋଳେ


ଦପ୍ତର ଜୀବନେ ବିଦାୟ କଠୋର

ମାନବ କାନ୍ଦଇ

ଲୁଚାଇ ନିତି

ଲକ୍ଷେ ମଧୁବନେ ମନ ବିରସ

ହୃଦୟ ଝୁରଇ

ସାଥୀର ପ୍ରୀତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics