ବିଦାୟ
ବିଦାୟ
ବିଦାୟ ବେଦନା କେତେ ଯେ କଷଣ
ଅନୁଭବୀ ସିନା
ଜାଣେ ଏ କଥା
ବୃନ୍ତଚ୍ୟୂତ ହୋଇ ଫୁଲ ଯେ ଲୋଟଇ
ପଢିଛ କି କେବେ
ପାଦପ ବ୍ୟଥା
ବାପଘର ଝିଅ ଶାଶୂଘର ଯାଏ
ଅଫେରା ଅତୀତ
ଭିଜା ନୟନ
ମଳିନ ପଡଇ ଦିବସର ଜ୍ୟୋତି
ବିଦାୟୀ ସୂର୍ଯ୍ୟର
ପାଣ୍ଡୁର ବର୍ଣ୍ଣ
ବାଳୁତ ବିଦାୟ କୈଶୋର ପାଖରେ
ଚପଳତା ବନ୍ଧା
ଯୌବନ ବେଳେ
ମଥାର ସିନ୍ଦୂର ବିଦାୟ ନିଅଇ
ମନର ମଣିଷ
ମଶାଣି କୋଳେ
ଦପ୍ତର ଜୀବନେ ବିଦାୟ କଠୋର
ମାନବ କାନ୍ଦଇ
ଲୁଚାଇ ନିତି
ଲକ୍ଷେ ମଧୁବନେ ମନ ବିରସ
ହୃଦୟ ଝୁରଇ
ସାଥୀର ପ୍ରୀତି