STORYMIRROR

Sagar Kumar Parida

Abstract Tragedy

3  

Sagar Kumar Parida

Abstract Tragedy

ବିଦାୟ ଦୁଇ ହଜାର କୋଡିଏ

ବିଦାୟ ଦୁଇ ହଜାର କୋଡିଏ

1 min
240

ବିଦାୟ ଦେଉଛୁ ତୁମକୁ ବିଂଶ ବିଂଶ ମସିହା

ଘୋର ଦୁଃଖ ଜଳେ ଭସାଇ ଚାଲି ଯାଉଛ କିଆଁ।।

କରୋନା ଜୀବାଣୁ ଆଣିଲ ତୁମେ ସମୟ ସ୍ରୋତେ

ରଚାଇଲ ମହାମାରୀକୁ ମଣିଷର ଅହିତେ।।

ମଣିଷ ପଣିଆ ବିଚ୍ୟୁତି ତୁମ ରାଜୁତି କାଳେ

ଘୃଣା କରେ ନର ନରକୁ ମହାମାରୀର ଡରେ।।

ଗୃହ ମଧ୍ୟେ ପଶୁ ପରାଏ ନର ବନ୍ଦୀ ହୋଇଲା

ମୁଖେ ନାସାବାସ ପିନ୍ଧିଣ ଅଣନିଶ୍ୱାସୀ ହେଲା।।

ଦେଶ ଭବିଷ୍ୟତ ଶିଶୁଙ୍କ ପାଠ ପଢ଼ାରେ ଡୋରି

ବାନ୍ଧିଦେଇ ବିଂଶ ମସିହା ଦେଖାଇଲ ଚାତୁରୀ।।

ପିତା ଶବ ପୁତ୍ର ନ ଛୁଏଁ ମାତା କନ୍ୟାର ଶବ

କି ବିଚିତ୍ର ଦୃଶ୍ୟ ଦେଖିଲା ଏହି ବିଶ୍ୱେ ମାନବ।।

କଳାକାର ମଞ୍ଚ ଛାଡ଼ିଣ ପରିବାକୁ ବିକିଲା

ଦେଶ ଅର୍ଥନୀତି ତୁମରି ବେଳେ ଭୁଷୁଡି ଗଲା।।

ନିରାଶା ଅନ୍ଧାରେ ଦେଇଛ ଏକ ଖୁସି ଖବର

ରାମ ମନ୍ଦିରର ନିର୍ମାଣ ହେବ ଗର୍ବ ଆମର।।

କରୋନାକୁ ନେଇ ସଙ୍ଗରେ ତୁମେ ନିଅ ବିଦାୟ

ନୂତନ ଆଗମେ ଧରଣୀ ହେଉ ଆନନ୍ଦମୟ।।

ପ୍ରଭୁ ଶ୍ରୀରାମଙ୍କ ଚରଣେ କରୁଅଛୁ ବନ୍ଦନ

ଫେରିଆସୁ ହୃତ ସମୃଦ୍ଧି ଶାନ୍ତି ମୈତ୍ରୀ ପାବନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract