STORYMIRROR

Mr.GAGAN BIHARI NAYAK

Abstract

2  

Mr.GAGAN BIHARI NAYAK

Abstract

ବିଦାୟ ବେଳାରେ ପଦେ...

ବିଦାୟ ବେଳାରେ ପଦେ...

1 min
413

ବିଦାୟ ଦେବାକୁ ମନ ନ ଚାହିଁଲେ

  ବିଦାୟ ସୃଷ୍ଟି ନିୟମ

ବିଦାୟ ଘେନ ହେ! ଶେଷ ସମ୍ବତ୍ସର

  ତୁମକୁ କରୁ ପ୍ରଣାମ


ନୂଆବରଷକୁ ସ୍ବାଗତ କରିବା

  ଭୂଲି ନ ଯାଇ ପୁରୁଣା

ତୁମେ ପରା ଆମ ଦିକଦ୍ରଷ୍ଟା ହୋଇ

  ଦେଉଥିବ ଟି ପ୍ରେରଣା


ତୁମେ ଅନୁଭବି ବରଷଟା ଯାକ

   ସମ୍ବତ୍ସର ପରି ପଥେ

ନୂଆଟିକୁ ନିଅ ହାତ ଧରି ନିଜେ

   ଚାଲୁ ସେ ସହଜ ବାଟେ


ବନ୍ଯା ବାତ୍ଯା ଦୁର୍ବିପାକ ବିପର୍ଯୟ

   ନ ଆସୁ ତା ପରିପଥେ

ସନ୍ତୁଳିତ ନୋହୁ ଏ ସୁନ୍ଦର ବିଶ୍ବ

   ପ୍ରକୃତିର ଅଭିଶାପେ


ସବୁଜ ବଳୟ ରଖିବୁ ଅକ୍ଷୁର୍ଣ୍ଣ

  କରି ପ୍ଲାଷ୍ଟିକ ବର୍ଜନ

ଆୟୁ ବଢିବାକୁ ଗଛ ଲଗେଇଛୁ

  କରେ ଧ୍ଯାନ ଆକର୍ଷଣ


ପ୍ରକୃତି ମା'ସେ କ୍ଷଣକୋପି ହୋଇ

   ନଉଜାଡୁ ଆମ ଘର

ଗରିବକୁ ଆହା କିଏ ବା କରିବ

  କରିଲେ ସେ ହତାଦର


ମୋଟର ଯାନର ପ୍ରଦୁଷିତ ଧୂଆଁ 

  ନିୟନ୍ତ୍ରଣ ହେବା ପାଇଁ

ଶୀତ ତାପ ଜନ୍ତ୍ର ବନ୍ଦ ରଖୁଚୁ

  ସଂସାର ମଙ୍ଗଳ ପାଇଁ


ପାଦେଚଲାବୁଲା କରୁଚୁ ସଭିଏଁ

   ନିଜ କର୍ମ ସଂପାଦନେ

ଅକର୍ମା ନ ହୋଇ ସୁସ୍ଥ ହେବା ପାଇଁ

   ସଂକଳ୍ପ ନେଇଛୁ ମନେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract