STORYMIRROR

Lipi Sahoo

Abstract

3  

Lipi Sahoo

Abstract

ବିଚ୍ୟୁତ

ବିଚ୍ୟୁତ

1 min
200

ଇଚ୍ଛାମାନ ଯେତେ ସବୁ 

ନେବା ପରେ ସଲିଳ ସମାଧି

ନା ଉଡିବାର ଥାଏ ଆକାଂକ୍ଷା

ନା ବୁଡ଼ିବାର ଆଶଂକା


ଜ୍ୟୋସ୍ନା ରେ ନଥାଏ ଆଉ ମାଦକତା

ଅବଶେଷ ରହିଯାଏ କେବଳ

ସ୍ନିଗ୍ଧ ସଫେଦ ସଜୀବତା

ଠିକ୍ ଯେମିତି ବରଫ କବର ତଳର ଶୀତଳତା


ଦ୍ୱନ୍ଦାତୀତ ଭାବ ରେ

ଠିକ୍ ଠିକ୍ ପଢି ହୁଏ

ଧ୍ୟାନରତ କେଉଁ ଏକ

ମଉନ ମୁନି ର ଆଖିର ଗଭୀରତା


ଗତାନୁଗତିକ ଧାରାରେ

ପୃଥିବୀ ଘୂରିବୁଲେ ନିଜ କକ୍ଷପଥରେ

ଜୀବନ ଜୀବିକା ଧାଇଁ ଚାଲିଥାଏ ଅନବରତ

କୋଳାହାଳମୟ ଅନିର୍ଦ୍ଦିଷ୍ଟ ପଥରେ


ହେଲେ ବିଚ୍ୟୁତ ହୋଇ ନିଜ ଅକ୍ଷ ରୁ

କେହି ତ ଜଣେ

ସଂପୂର୍ଣ୍ଣ ଭାବେ ନିମଜ୍ଜିତ ଥାଏ

ନିଜେ ନିଜ ଭିତରେ....।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract