STORYMIRROR

Usharani Sahoo

Comedy

4  

Usharani Sahoo

Comedy

ବିଚରା ବାବୁଲା

ବିଚରା ବାବୁଲା

1 min
302


ବିଚରା ବାବୁଲା ବସିକି ଭାବିଲା

କ'ଣ କରିବି ମୁଁ ଏଥର

ଠକିବାକୁ ଆଉ ଉପାୟ ମିଳୁନି

ମୁଣ୍ଡ ଘୂରିଲାଣି ଜୋଅର।


ଗତଥର ଭଳି ଏଇ ଵରଷରେ

କରୋନା କି ହୋଇଥାଆନ୍ତା

ବିନା ପରୀକ୍ଷାରେ ଯେ ଦଶମ ପାସ୍

କେତେ ମଜା ସତେ ଲାଗନ୍ତା।


ହେଲେ ମୋର ଭାଗ୍ୟ ଫଟା କପାଳଟା

ସୁଯୋଗ ମୋ ପାଇଁ ନାହିଁଟି

ଯେତେ ଭାବିଲେ ବି କିଛି ହେବ ନାହିଁ

ହାତେ ଶୂନ୍ୟ ଡାଳ ଭାଙ୍ଗୁଛି।


ଦଶମ ପରୀକ୍ଷା କରିଛି ଅପେକ୍ଷା

ମଥାର ଉପରେ ମୋହର

ଏଯାଏଁ ମୋ ପୋଥି ଡୋରି ବନ୍ଧାଅଛି

ନିଶ୍ଚୟ ଖୋଲିବି ଏଥର।


ବାହାଘର ବେଳେ ବାଇଗଣ ରୁଆ

ଏ କଥା ଆଗରୁ ଶୁଣିଛି

ମୋ ପାଇଁ ତ ଆଗ ହେଵରେ ପ୍ରୟୋଗ

କେମିତି କରିବି ଭାବୁଛି।


ହାତକୁ ବାବୁଲା ମଥାରେ ରଖିଲା

ମନେ ମନେ ସିଏ ଭାବୁଛି

ଯେମିତି ହେଲେ ବି ପରୀକ୍ଷା ମୁଁ ଦେବି

କପି ଟିକେ ଟିକେ ଶିଖିଛି।


କପି ମୁଁ କରିବି ପାସ୍ ମୁଁ ହୋଇବି

ଏଥିରେ ବିଶ୍ୱାସ ରହିଛି

ବାପାମାଆ ପାଖେ ପ୍ରଶଂସା ମୁଁ ହେବି

କହିବି ଗଡ଼ ମୁଁ ଜିତିଛି। 


ହେଲା ପ୍ରାତଃ କାଳ ପରୀକ୍ଷାର ବେଳ

ଗୋଡ଼ ହାତ ତା'ର ଥରୁଛି

ମନ୍ଦିରକୁ ଯାଇ ସିନ୍ଦୂର ଲଗାଇ

ଦିଅଁଙ୍କୁ ବାବୁଲା ଡାକୁଛି।


ଅକ୍ଷର ଜାଣିନି ପଢ଼ିଵି ପାରୁନି

ଉପରେ ଡହରା ମାରୁଛି

ପଣ୍ଡିତଙ୍କ ପରି ଟାଉଟର ମାରି

ଫଡ ଫଡ ଖାଲି ହେଉଛି।


ଶ୍ରେଣୀର ଭିତର ଦିଶୁଛି ସୁନ୍ଦର

ଚକ୍ ଚକ୍ ଖାଲି ମାରୁଛି

ସିଟ୍ କୁ ଖୋଜିଲା ବାବୁଲା ବସିଲା

ଆହାକି ଆରାମ ଲାଗୁଛି।


ସାରଙ୍କ ହାତରୁ ପ୍ରଶ୍ନ ପତ୍ର ନେଇ

ପ୍ରଶ୍ନଟିକୁ ଆଗେ ପଢିଲା

ପ୍ରଶ୍ନ ପଢୁ ପଢୁ ମୁଣ୍ଡ ତା ଘୂରିଲା 

କେମିତି ଲେଖିବ ଭାବିଲା ।


ଚାରିଆଡ଼େ ଟିକେ ଚାହିଁ ଦେଇ ସିଏ

କପିକୁ ଧୀରେ ସେ କାଢିଲା

ସୁବିଧା ସୁଯୋଗ ପାଇଲେ ଟିକିଏ

ଉତ୍ତର କରିବ ଭାବିଲା।


କପିକୁ ଦେଖି ନିରିକ୍ଷକ ଆସି

ନେଲେ ସେ ତାଠାରୁ ଛଡ଼ାଇ

କହିଲେ ମନକୁ ପାଠ ତୁମେ କର

କପି ଜମା ହେବ ନାହିଁ।


ଏଥର ବାବୁଲା ସ୍ୱପ୍ନ ଦେଖିଥିଲା

ଉତ୍ତର କରିବି ଦେଖିକି

ପାସ୍ କଲା ପରେ ଧରିବି ଗାଡ଼ିରେ

କଲେଜ ଯିବି ଘାଇଁ ଘାଇଁ।


ମୋର ଆଶା ସ୍ୱପ୍ନ ହେଲା ମରିଚିକା

ପୁରଣ ହେବ ଆଉ ନାହିଁ

ଯେତେ ଭାବିଲେ ବି ଅତୀତ ସମୟ

ଆଉ ଜମା ଫେରିବ ନାହିଁ।


ବିଦ୍ୟା ସବୁଠାରୁ ଶ୍ରେଷ୍ଠ ଧନ ଅଟେ

କେହି ନେବେ ନାହିଁ ଛଡ଼ାଇ

ବିପଦ ସମୟେ ବିଦ୍ୟାବୁଦ୍ଧି ଥିଲେ

ଆପେ ଆପେ ଯିବ ଦୂରେଇ।


ଚଗଲା ବାବୁଲା ଭୁଲ୍ ତା ବୁଝିଲା

ଏଥର ନିଶ୍ଚୟ ପଢିବି

ସମୟକୁ ଆଉ ନଷ୍ଟ ମୁଁ ନ କରି

ଭବିଷ୍ୟତ ମୋର ଗଢିଵି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy