STORYMIRROR

baishnaba meher

Abstract

2  

baishnaba meher

Abstract

ବିଚଳିତ ମନ

ବିଚଳିତ ମନ

1 min
272

ସ୍ମୃତି ମୋର ଯେବେ ଛାଡେ ଶେଷ ନିଶ୍ୱାସ,

ନୂଆ ଅନୁଭବ କିଛି ଆଉ ଯୋଡି ଯାଏ,

ଅତୀତ ଆଗେ ବର୍ତ୍ତମାନର ଶୁଭ ଧ୍ୱନି ଶୁଣି,

ନୂଆ ଆଶାରେ କଙ୍କାଳ ପୁଣି ଜୀଇଁ ଉଠେ


ବିଶ୍ୱାସଘାତ ଆଉ ଉପେକ୍ଷିତ ସମାଜେ ବଞ୍ଚି ବଞ୍ଚି,

ପ୍ରତିଶୋଧେ ସୁପ୍ତ ଆତ୍ମା ଦିନେ ଚଞ୍ଚଳ ହୋଇଉଠେ,

ଯେବେ ମିଳେ ମନକୁ ପ୍ରେମରେ ପୁଳାଏ ସାନ୍ତ୍ୱନା,

ହୃଦୟ ମୋର ଉତ୍ଫୁଲ୍ଲ ଚିତ୍ତେ ନାଚି ଉଠେ


ପୂର୍ବ କଳ୍ପିତ ରେଖାଚିତ୍ରର ପୂର୍ଣ୍ଣ ସାଫଲ୍ୟ ସତ୍ତ୍ୱେ,

ଅନବରତ ମୋ ମସ୍ତିଷ୍କ ବାରମ୍ବାର ବିକେନ୍ଦ୍ରିତ ହୁଏ,

ଯେବେ ଛୁଇଁଯାଏ ମୁଁ ମୋ ଶେଷ ପାହାଚ,

ମନ ପୁଣି ସପ୍ତରଙ୍ଗ ଛୁଇଁବାକୁ ତତ୍ପର ହୁଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract